Latest Odisha News

BREAKING NEWS

ଭୁବନେଶ୍ୱରରେ ହେବ ବାୟୋଟେକ୍ନୋଲୋଜି ପାର୍କ ଓ ଇନକ୍ୟୁବେସନ ସେଣ୍ଟର

ଭୁବନେଶ୍ୱର: ଭୁବନେଶ୍ୱରଠାରେ ଖୁବ୍‌ ଶୀଘ୍ର ଏକ ବାୟୋଟେକ୍‌ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ଓ ଏଥିରେ ଭାରତ ବାୟୋଟେକ୍‌ ଉଦ୍ୟୋଗ ସହାୟତା କରିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏକ ଇନକ୍ୟୁବେସନ ସେଣ୍ଟର ଆରମ୍ଭ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ଇନକ୍ୟୁବେସନ କରାଯିବ ସାଧାରଣ ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇ ସଦୁପଯୋଗ ଅଧିକ କଂପାନୀ ଅତ୍ୟାଧୁନିକ ସହଯୋଗ ସମ୍ମିଳନୀରେ କାର୍ଯ୍ୟକର୍ତ୍ତା ହାଇଦ୍ରାବାଦ୍‌ଠାରେ ଆୟୋଜିତ ତିନିଦିନିଆ ‘ବାୟୋଏସିଆ-୨୦୨୦’ ଶିଖର ସମାବେଶର ଉଦଯାପନୀ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ େ ଯୋଗଦେଇଇ ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାରେ ନୂତନ ବାୟୋଟେକ୍‌ନୋଲୋଜି ନୀତି ପ୍ରଣୟନ ହେବା ସହିତ ବାୟୋଟେକ୍‌ନୋଲୋଜିର ସଦୁପଯୋଗ କ୍ରମେ ଓଡ଼ିଶାର ବିକାଶ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେ ପଗୁଡ଼ିକ ବାବଦରେ ସୂଚନା ଦେଇଛନ୍ତି ।

ଶ୍ରୀ ପଣ୍ଡା କହିଛନ୍ତି ୩⁄୪ ପ୍ରାୟ ୮୦ରୁ ଅଧିକ କଂପାନୀ ଓଡ଼ିଶାର ଶିଳ୍ପ ବିକାଶ ନିମନ୍ତେ ୨,୦୩,୨୭୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି । ରାଜ୍ୟରେ ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ଶ୍ରୀ ପଣ୍ଡା ବିଭିନ୍ନ ଉଦ୍ୟୋଗ, ନିବେଶକ ଓ ବିଶେଷଜ୍ଞମାନଙ୍କ ସହଯୋଗ କାମନା କରିଛନ୍ତି ।

ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଦ୍ୱାରା ଆହୂତ ୧୭ଶ ‘ବାୟୋଏସିଆ:୨୦୨୦’ ସ୧⁄୪ିଳନୀରେ ପ୍ରାୟ ୩୭ଟି ଦେଶରୁ ୨୧୦୦  ଯୋଗ ଦେଇଥିବାବେଳେ ୧୦୦ ଆଲୋଚକ-ଗବେଷକ, ୮୦୦ କେ ର୍ପାରେଟ୍‌ କାର୍ଯ୍ୟକର୍ତ୍ତା ଏବଂ ୩୫୦ ଜଣ କଂପାନୀ ନିର୍ବାହୀ  ଯୋଗଦେଇ ଦେଇଥିଲେ । ଗତକାଲି ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ଓ ଷ୍ଟାର୍ଟ ଅ ପ୍‌ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡା  ରାଜ୍ୟରେ ଉ ପଲ୨ ଜୈବସଂବଳ ଓ ପଦାର୍ଥ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ବିଶେଷ କରି ଜନଜାତିବହୁଳ ଓ ସମୁଦ୍ରତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ କୃଷି କ୍ଷେତ୍ରରେ ବ୍ୟାପକ ବିକାଶର ସମ୍ଭାବନା ରହିଥିବା ଦର୍ଶାଇଛନ୍ତି ।

Leave A Reply

Your email address will not be published.