Latest Odisha News

BREAKING NEWS

ନବୀନ ନିବାସରେ ବିରଞ୍ଚି, ଅମେରଶ

ଭୁବନେଶ୍ବର: ଲୋକସଭା ନିର୍ବାଚନ ପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼ ଲାଗୁଛି । ନିଜ ନିଜ ସମର୍ଥକଙ୍କ ସହ ଆସି ଟିକଟ ଲବି ପାଇଁ ଭିଡ ଜମାଉଛନ୍ତି ନେତା । ଆଜି ପୁଣି ଥରେ ଭୁବନେଶ୍ବର ଏକାମ୍ର ଏବଂ ମଧ୍ୟ ନିର୍ବାଚନ ମଣ୍ଡଳୀ
ଟିକଟ ପାଇଁ ନବୀନ ନିବାସରେ ଜମିଛି ଭିଡ଼ । ମୁଖ୍ୟମନ୍ତ୍ରୀଙ୍କ ନବୀନ ନିବାସରେ ଦୁଇ ବିଜେଡି କର୍ପୋରେଟର ପହଞ୍ଚିଛନ୍ତି ।  ସମର୍ଥକଙ୍କ ସହ ଆସି ଅମରେଶ ଜେନା ଓ ବିରଞ୍ଜି ମହାସୁପକାର ପହଞ୍ଚିଛନ୍ତି । ଗତ କିଛି ଦିନ ହେବ ଅମେରଶ ଭୁବନେଶ୍ବର ମଧ୍ୟ ଏବଂ ବିରଞ୍ଚି ଏକ୍ରାମ ନିର୍ବାଚନୀ ମଣ୍ଡଳୀ ପାଇଁ ନିଜ ଲବି ଜୋର କରିଛନ୍ତି । ଆଜିର ଗସ୍ତ ପରେ ବିଜେଡି ରାଜନୀତି ଅଧିକ ଉଷ୍ମ ହେଉଛି ।

ଦୁଇ କର୍ପୋରଟର ନିଜ ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି । ଦୁଇଜଣ କର୍ପୋରେଟର ବାୟୋଡାଟା ଧରି ନବୀନ ନିବାସକୁ ଯାଇଥିବା ଦେଖିବାକୁ ମିଳିଛି । ନବୀନ ନିବାସରୁ ଫେରିବା ପରେ ବରଞ୍ଚି ମହାସୁଆର କହିଛନ୍ତି ଆମେ ବାୟୋଡାଟା ଦେଇଛୁ ନିଶ୍ଚିତ ଭାବେ ଆଶା ଅଛି ତାଙ୍କ ଆଶୀର୍ବାଦରେ ଫଳନ ହେବ । ୧୫ରୁ ୨୦ ହଜାର ଲୋକଙ୍କୁ ନେଇ ଯେଉଁ ବନ୍ଧୁମିଳନ ହୋଇଥିଲା ନିଶ୍ଚିତ ଭାବେ ଏକ୍ରାମବାସୀ କିଛି କରିବାକୁ ଚାହୁଁଛନ୍ତି ଆଗାମୀ ଦିନରେ ତାହା ପ୍ରତିଫଳିତ ହେବ ବୋଲି ବିରଞ୍ଚି କହିଛନ୍ତି ।  ସେହିପରି ଅମରେଶ କହିଛନ୍ତି ୨୫, ୨୬ ବର୍ଷ ସେ ଲୋକମାନଙ୍କ ସେବା କରିଛନ୍ତି ଆଗକୁ ଆହୁରି ମଧ୍ୟ ସେବା କରିବାକୁ ସେ ଚାହାଁନ୍ତି ବୋଲି କହିଛନ୍ତି ।

 

Leave A Reply

Your email address will not be published.