Latest Odisha News

BREAKING NEWS

ମାର୍ଚ୍ଚ ୧୪, ୧୫ରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ!

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ନେଇ ଖୁବଶୀଘ୍ର ଘୋଷଣା ହୋଇପାରେ ତାରିଖ । ଆସନ୍ତା ୧୪ କିମ୍ବା ୧୫ ତାରିଖରେ ନିର୍ବାଚନ ଆୟୋଗ ଏନେଇ ଘୋଷଣା କରିପାରନ୍ତି । ୨୦୧୯ ଭଳି ୭ଟି ପର୍ଯ୍ୟାୟରେ ହୋଇପାରେ ନିର୍ବାଚନ । ଏପ୍ରିଲ ମାସ ଦ୍ବିତୀୟ ସପ୍ତାହରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ହେଲେ ନିର୍ବାଚନ ଆୟୋଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତି ହେଉଥିବା ବେଳେ ଆଜି ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି ।

ଏବେ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟ ଗସ୍ତ କରି ନିର୍ବାଚନ ପ୍ରସ୍ତୁତି ନେଇ ଆଲୋଚନା କରୁଛନ୍ତି । ସମସ୍ତ ରାଜ୍ୟ ଗସ୍ତ ପରେ ନିର୍ବାଚନ ନେଇ ତାରିଖ ଘୋଷଣା ହେବ । ଏବେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ନିର୍ବାଚନ ପ୍ରସ୍ତୁତିରେ ସ୍ଥିତି ପରଖିଛନ୍ତି । ଏହାପରେ ଟିମ୍ ଉତ୍ତରପ୍ରଦେଶ ଓ ଜମ୍ମୁ-କାଶ୍ମୀର ଗସ୍ତ କରିବ । ମିଳିଥିବା ସୂଚନା ମୁତାବକ, ୧୩ ଜାନୁଆରୀ ସୁଦ୍ଧା ନିର୍ବାଚନ ଆୟୋଗ ନିର୍ବାଚନ ପ୍ରସ୍ତୁତିର ଆକଳନ କରି ରାଜ୍ୟ ଗସ୍ତ ଶେଷ କରିବେ । ଏହାପରେ ସାଧାରଣ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବ ।

Leave A Reply

Your email address will not be published.