Latest Odisha News

BREAKING NEWS

ବାର୍ଡ ଫ୍ଲୁ ଆତଙ୍କ: ଦ୍ୱିତୀୟ ଦିନରେ ଜାରି ରହିଲା କୁକୁଡାମରା ଅଭିଯାନ

ଭୁବନେଶ୍ୱର: ଆଜି ଦ୍ୱିତୀୟ ଦିନରେ ମଧ୍ୟ ଭୁବନେଶ୍ୱରରେ ଓଡିଶା ସରକାରଙ୍କ ବନ୍ୟଜନ୍ତୁ ବିଭାଗ ଦ୍ୱାରା କୁକୁଡାମରା ଅଭିଯାନ ଜାରି ରହିଥିଲା । ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ୧ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଏହି କୁକୁଡା ମରା ଅଭିଯାନ ଚାଲିଥିଲା । ଗତ ଦୁଇଦିନ ପୂର୍ବରୁ ଓୟୁଏଟି କୁକୁଡା ଫାର୍ମରେ ବାର୍ଡ ଫ୍ଲୁ ହୋଇଥିବା ରିପୋର୍ଟ ଆସିବା ପରେ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଥିଲା ।

ଓଡିଶା ବନ୍ୟଜନ୍ତୁ ବିଭାଗର ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ୫ଟି ରାପିଡ୍ ରେସପନ୍ସ ଟିମ୍ ଓୟୁଏଟିର ୧୦ କିମି ଯାଏଁ ଅଂଚଳକୁ ନିରୀକ୍ଷଣ ପରିସରଭୁକ୍ତ କରି ଏବଂ ବାର୍ଡ ଫ୍ଲୁର ଲକ୍ଷଣ ଚିହ୍ନଟ କରୁଛନ୍ତି । ୭ଟି ରାପିଡ୍ ରେସପନ୍ସ ଟିମ୍ ୯୧୫ଟି କୁକୁଡା ମ।।ରିବା ସହିତ, ୪୬୦୦ଟି କୁକୁଡା ଅଣ୍ଡା ଓ ୨୩ କ୍ୱିଣ୍ଟାଲ କୁକୁଡା ଖାଦ୍ୟକୁ ଓୟୁଏଟିରେ ଗଭୀର ଗାତରେ ପୋତି ଦେଇଛନ୍ତି ।

ଓୟୁଏଟିର ୧ କିମି ବ୍ୟାସାର୍ଦ୍ଧ ବାହାରେ ନିରୀକ୍ଷଣ କରିବା ସମୟରେ ଲୋକମାନଙ୍କ ଘରେ ଥିବା କୁକୁଡା ଓ ବତକ ପାଇଁ କ୍ଷତିପୂରଣ ବାବଦକୁ ଟଙ୍କା ମିଳିବ ।

ଏହି ସମୟରେ ନନ୍ଦନକାନନ ଭିତରେ ଥିବା ପକ୍ଷୀଙ୍କ ରକ୍ତ ଓ ମଳମୂତ୍ର ପରୀକ୍ଷା ପାଇଁ ପଠାଯାଇଥିବା ବନ୍ୟ ଅଧିକାରୀ କହିଛନ୍ତି । ଏହି ନମୂନାଗୁଡିକୁ ପରୀକ୍ଷଣ ପାଇଁ ଭୋପାଳର ଜାତୀୟ ଉଚ୍ଚ ସୁରକ୍ଷା ପଶୁ ରୋଗ ସଂସ୍ଥାକୁ ପଠାଯିବ । ସୋମବାର ଦିନ ଚିଲିକା ଦ୍ରଦ ନାଳବଣ ଅଂଚଳରୁ ମଧ୍ୟ ବିଦେଶୀ ପକ୍ଷୀଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇଛି ।

Leave A Reply

Your email address will not be published.