ମୁମ୍ବାଇ : ଖୁବ୍ଶୀଘ୍ର ଏକାଠି ନଜର ଆସିବେ ବଲିଉଡର ହ୍ୟାଣ୍ଡସମ୍ ହଙ୍କ ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ଅପ୍କମିଂ ଫିଲ୍ମ ‘କ୍ରିଶ ୪’ରେ ଏ ଦୁହିଁଙ୍କ ଯୋଡିକୁ ଦର୍ଶକେ ଦେଖିବାକୁ ପାଇବେ । ପୂର୍ବରୁ ବ୍ଲକବଷ୍ଟର ଫିଲ୍ମ ‘କ୍ରିଶ’ର ଦୁଇଟି ପାର୍ଟରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିଲା । ଏବେ କିନ୍ତୁ ଏହି ଫିଲ୍ମର ଚତୁର୍ଥ ପାର୍ଟରେ ପ୍ରିୟଙ୍କାଙ୍କ ସ୍ଥାନରେ ଦୀପିକା ଲିଡ୍ ରୋଲ୍ରେ ନଜର ଆସିପାରନ୍ତି ।
ଫିଲ୍ମ ନିର୍ଦ୍ଦେଶକ ରାକେଶ ରୋଶନ ଏହି ଫିଲ୍ମ ପାଇଁ ଲିଡ୍ ରୋଲ୍ରେ ଦୀପିକାଙ୍କୁ ନେବାକୁ ଚାହୁଁଛନ୍ତି । ତେବେ ଦୀପିକା ଏହି ଫିଲ୍ମରେ ହ୍ରିତିକଙ୍କ ଅପଜିଟ୍ରେ କାମ କରିବେ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯଦି ଦୀପିକା ଏହି ଫିଲ୍ମରେ କାମ କରିବା ପାଇଁ ହଁ କରନ୍ତି ତେବେ ପ୍ରଥମ ଥର ପାଇଁ ହ୍ରିତିକ ଓ ଦୀପିକାଙ୍କ ଯୋଡିକୁ ବଡ ପରଦାରେ ଦେଖିବାକୁ ମିଳିବ । ତେବେ ଦୀପିକା ଏହି ପିଲ୍ମ କରିବେ ନା ନାହିଁ ତାହା ଆଗକୁ ହିଁ ଜଣାପଡିବ ।
BREAKING NEWS
- ଅକ୍ଟୋବର ୨୩ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ
- Drug-Free India: ଡ୍ରଗ୍ସମୁକ୍ତ ଭାରତ ପାଇଁ ଅମିତ ଶାହଙ୍କ ଡେଡ୍ଲାଇନ୍; ୩୧ ଡିସେମ୍ବର ୨୦୨୯ ସୁଦ୍ଧା ନିଶାମୁକ୍ତ ଦେଶ ଗଠନ ଲକ୍ଷ୍ୟ!
- ଦୀପାବଳିରେ ପରିବାର ସହ ସମୟ ବିତାନ୍ତୁ, ଆନ୍ଦୋଳନ ସ୍ଥଗିତ ରହିବ: ଅଭିଜିତ୍ ଦୀପକେ
- ଚାଷ ଜମିରୁ ଜଙ୍ଗଲି ଦନ୍ତା ହାତୀର ମୃତଦେହ ଉଦ୍ଧାର
- ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନ୍ଙ୍କୁ ୩ ଘଣ୍ଟା ଧରି ଅଟକ ରଖାଯାଇଥିବା ଏବଂ ୫୦,୦୦୦ ଟଙ୍କା ଜରିମାନା କରାଯାଇଥିବା ନେଇ ଆପ୍ ପକ୍ଷରୁ ଅଭିଯୋଗ
- ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ୧୭୯ ରନ୍ ପରେ ଟେମ୍ବା ବାଭୁମାଙ୍କ ବଡ଼ ବୟାନ: ସଚିନ୍ ଙ୍କୁ କଲେ ପ୍ରଶଂସା
- ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ; ୨ ମହିଳାଙ୍କ ସମେତ ୪ ଗିରଫ
- ରାଜଧାନୀର ୯ ସ୍ଥାନରେ ରାବଣ ପୋଡ଼ି; ୧୦୦ମି. ଦୂରରେ ଦର୍ଶକ ରହିବେ…
- ମସଜିଦରେ ଚୁମ୍ବନ ଦେଲେ ମୃତ୍ୟୁଦଣ୍ଡ! ସାଉଦି ଆରବରେ ବାଂଲାଦେଶୀ ଦମ୍ପତିଙ୍କୁ ମୃତ୍ୟୁଦଣ୍ଡ ଘଟଣାରେ ଢାକାରେ ଉତ୍ତେଜନା
- ଧମାକାଦାର ପ୍ରଦର୍ଶନ ପରେ ଭାବୁକ ହେଲେ ହରମନପ୍ରୀତ, ଲୁହ ଝରିଲା ଆଖିରୁ

Comments are closed.