Latest Odisha News

BREAKING NEWS

ବୈଜ୍ଞାନିକ ମହେନ୍ଦ୍ର କୁମାର ରାଉତଙ୍କ ଜନ୍ମ ଶତବାର୍ଷିକୀ ପାଳନ ଉଦଘାଟିତ

କଟକ : ବିଶିଷ୍ଟ ବୈଜ୍ଞାନିକ ମହେନ୍ଦ୍ର କୁମାର ରାଉତଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ  ଉଦଘାଟିତ ହୋଇଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ସହ ଏହି ଉତ୍ସବ ବର୍ଷବ୍ୟାପି ପାଳନ କାରାଯିବ ବୋଲି ସୂଚନା ଦିଆଯାଇଛି ।

ଏହି କାର୍ଯ୍ୟକ୍ରମରେ କୁଳପତି ସଞ୍ଜୟ କୁମାର ନାୟକ, ପ୍ରଭାତ କୁମାର ମିଶ୍ର, ସ୍ଵୟଂପ୍ରକାଶ ରାଉତ ଅତିଥି ଭାବରେ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥିମାନେ ମହେନ୍ଦ୍ର କୁମାର ରାଉତଙ୍କ କର୍ମମୟ ଜୀବନ, ଛାତ୍ର ବତ୍ସଳତା ଓ ବିଜ୍ଞାନ କ୍ଷେତ୍ରରେ ଅବଦାନ ବିଷୟରେ ଆଲୋକପାତ କରିବା ସହ ତାଙ୍କର ଶୃଙ୍ଖଳିତ ଜୀବନ ପ୍ରତ୍ୟେକ ସଫଳ ବ୍ୟକ୍ତି ପାଇଁ ଏକ ଉଦାହରଣ ବୋଲି ମତବ୍ଯକ୍ତ କରିଥିଲେ। ତାଙ୍କ ସହ ଏହି ଜନ୍ମବାର୍ଷିକୀ ସମାରୋହରେ ଚିତ୍ତରଞ୍ଜନ ମିଶ୍ର, ସୁବାସିନୀ ଲେଙ୍କା, ନିବେଦିତା ପତି, ଶଶଧର ସାମଲ, ଦେବାଶିଷ ମହାନ୍ତି ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

ସିଦ୍ଧାର୍ଥ ଭରଦ୍ବାଜଙ୍କ ସ୍ଵାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ରୂପଶ୍ରୀ ରାଗିଣୀ ଦାସ ପରିଚାଳନା କରିଥିଲେ ଏବଂ ପରିଶେଷରେ ସ୍ମୃତିପ୍ରଭା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଏବଂ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.