Latest Odisha News

BREAKING NEWS

୨ ବର୍ଷର ଛୁଆର ଗୁପ୍ତାଙ୍ଗ କାଟିନେଲେ ଦୁର୍ବୃତ୍ତ

କେନ୍ଦୁଝର: ୨ ବର୍ଷର ଛୁଆ । ନା ଭଲକରି ଚାଲି ପରେ ନା କହିପାରେ କଥା । କିନ୍ତୁ ତା’ସହ ଯାହା ଘଟିଛି ସେସବୁ ଶୁଣିଲେ ଆପଣଙ୍କ ପାଦତଳୁ ବି ମାଟି ଖସିଯିବ । ଅମାନବିକତାର ସୀମା ଲଂଘିଥିବା ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳର । ଯେଉଁଠି ଦୁର୍ବୃତ୍ତ ୨ ବର୍ଷର ଛୁଆର ଗୁପ୍ତାଙ୍ଗ କାଟି ନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ତୁରୁମୁଙ୍ଗା ଥାନା ଭୃଙ୍ଗରାଜ ଗାଁର ଦେବଶର୍ମାଙ୍କ ୨ ବର୍ଷର ପୁଅର ଯୌନାଙ୍ଗ ଦୁର୍ବୃତ୍ତ କାଟି ନେଇଛନ୍ତି । ଶନିବାର ଦେବଶର୍ମାଙ୍କ ପୁଅ ଗାଁ ଦାଣ୍ଡରେ ଖେଳୁଥିଲା । ସେହି ସମୟରେ କେହି ଦୁର୍ବୃତ୍ତ ଛୁଆର ଯୌନାଙ୍ଗ କାଟି ନେଇଥିଲା ।

ରକ୍ତ ଜୁଡ଼ୁବୁ଼ଡ଼ୁ ଅବସ୍ଥାରେ ଛୁଆକୁ ପରିବାର ଲୋକେ କେନ୍ଦୁଝର ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ । ସେଠାରୁ ଡାକ୍ତର ଛୁଆଟିକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ଏବେ ଶିଶୁପୁତ୍ରର ଅବସ୍ଥା ସଂକଟାପନ୍ନ ଥିବା ବେଳେ ଅମାନବୀୟ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.