Latest Odisha News

ଗଭୀର ସମୁଦ୍ରରେ ତଟରକ୍ଷୀ ବାହିନୀ ଦେଖାଇଲା ପରାକ୍ରମ

ପାରାଦ୍ୱୀପ : ଗଭୀର ସମୁଦ୍ରରେ ଫୁଟିଲା ବୋମା, ଗର୍ଜିଲା ବନ୍ଧୁକ ଓ କୌଶଳ ଦେଖାଇଲା ତଟରକ୍ଷୀ ବାହିନୀର ଏୟାରକ୍ରାଫ୍ଟ। ଭାରତୀୟ ତଟରକ୍ଷୀ ବାହିନୀର ଯୁଦ୍ଧ ନିପୁଣତା ଦେଖିଲେ ଲୋକେ। ଫେବୃଆରୀ ୧ ରେ ତଟରକ୍ଷୀ ବାହିନୀର ପ୍ରତିଷ୍ଠା ଦିବସ ପୂର୍ବରୁ ଜଳପଥରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଭାରତୀୟ ତଟରକ୍ଷୀ ବାହିନୀ।

ଗଭୀର ସମୁଦ୍ରରେ ତଟରକ୍ଷୀ ବାହିନୀର ୩ ଟି ଜାହାଜ ଓ ୨ ଟି ଚାର୍ଲି ବୋଟ୍ ସମେତ ତଟରକ୍ଷୀ ବାହିନୀର ଏୟାରକ୍ରାଫ୍ଟ ନିଜର ପରାକ୍ରମ ଦେଖାଇଥିଲେ। କେତେ ଶକ୍ତିଶାଳୀ ଆମ ତଟରକ୍ଷୀ ବାହିନୀ ? ସାଧାରଣ ଲୋକଙ୍କ ସହିତ ସମୟ ବିତାଇ, ସେମାନଙ୍କୁ ସମୁଦ୍ର ପଥରେ ଆମର ପରାକ୍ରମ ସମ୍ପର୍କରେ ଅବଗତ କରାଇଛନ୍ତି ତଟରକ୍ଷୀ ବାହିନୀର ଯବାନ ମାନେ ।

ଶନିବାର ସକାଳୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ତଟରକ୍ଷୀ ବାହିନୀର ଲଢୁଆ ଜାହାଜ Icgs varad, Icgs vijay, Icgs amogh ସହିତ ଚାର୍ଲି ବୋଟ୍  ୪୨୬ ଓ ୪୨୫ ସାମିଲ ହୋଇଥିଲେ। ତେବେ ଗଭୀର ସମୁଦ୍ରରେ କିପରି ଶତୃର ମୁକାବିଲା କରାଯାଏ, କିପରି ସେମାନଙ୍କୁ ବୋମା  ଓ ଗୁଳି ଦ୍ବାରା ସମୁଦ୍ରରେ ଅଟକାଇ ଗିରଫ କରାଯାଏ, ସେ ସମ୍ପର୍କରେ ସମ୍ପୁର୍ଣ୍ଣ ଡେମୋ ଦେଖାଇଥିଲେ ।ଏଥିସହ ବାତ୍ୟା ସମୟରେ ବିପଦରେ ପଡ଼ିଥିବା ମତ୍ସ୍ୟଜୀବୀ ମାନଙ୍କୁ କିପରି ଉଦ୍ଧାର କରାଯାଇ ଏୟାର ଲିଫ୍ଟ କରାଯାଏ ସେ ସମସ୍ତ ଚିତ୍ର ଦେଖିବାର ସୁଯୋଗ ପାଇଥିଲେ ଲୋକେ ।

Leave A Reply

Your email address will not be published.