Latest Odisha News

BREAKING NEWS

ପୌର ନିର୍ବାଚନ: ବଲାଙ୍ଗିରରେ ବିଜେଡି-କଂଗ୍ରେସ ମୁହାଁମୁହିଁ, ଦୁଇ ଆହତ

ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏନଏସିରେ ଆଜି କଂଗ୍ରେସ-ବିଜେଡି ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁସାରେ, ଝଙ୍କରପଡ଼ା ସ୍କୁଲ ୧୪ ଓ ୧୫ ନମ୍ବର ୱାର୍ଡର ୩ଟି ବୁଥରେ ମତଦାନ ଚାଲିଥିଲା । ବୁଥ କ୍ୟାପଚରିଂକୁ ନେଇ ଉଭୟେ କଂଗ୍ରେସ ଓ ବିଜେଡି ମୁହଁମୁହିଁ ହୋଇଥିବା ଜଣାପଡ଼ିଛି । ଏଥିରେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି ।

BjdElectrycity

ଖବର ଅନୁସାରେ, କଂଗ୍ରେସ କର୍ମୀଙ୍କ ମାଡ଼ରେ ବିଜେଡି କାଉନସିଲର ପିଙ୍କି ଖରସେଲ ଓ ଜିଲ୍ଲା ସମ୍ପାଦିକା ଫିରୋଜ ଖାଁ ଆହତ ହୋଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.