Latest Odisha News

BREAKING NEWS

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେବେ ”ଦ କାଶ୍ମୀର ଫାଇଲ୍ସ” ଟିମ୍

ଲକ୍ଷ୍ନୌ : ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବେ ଷ୍ଟାର । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତାକାଲି ଶପଥ ଗ୍ରହଣ କରିବେ ।ଏହି ଶପଥ ଉତ୍ସବରେ ସାମିଲ ହେବା ପାଇଁ ଯୋଗୀ ବହୁ ନେତା ମନ୍ତ୍ରୀ, ସାଧୁ-ସନ୍ଥଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର ମାନଙ୍କୁ ଡାକିଛନ୍ତି । ଏହି ସମାରୋହରେ ପ୍ରାୟ ୨୦ ହଜାର ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

ଯୋଗୀଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କୁ ନିମନ୍ତ୍ରଣ କରାଯାଇଛି ।ତା ସହ ବଲିଉଡ ଷ୍ଟାର  ଅକ୍ଷୟ କୁମାର ,କଙ୍ଗନା ରାଣାୱତ, ବୋନି କପୁରଙ୍କୁ ନିମନ୍ତ୍ରଣ କରାଯାଇଛି । ଶୁଣିବାକୁ ମିଳିଛି ଯୋଗୀ କାଶ୍ମୀର ଫାଇଲ୍ସର ଆକ୍ଟର ଅନୁପମ ଖେର୍ ଓ ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଏହି ସେରିମନି ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୫ ତାରିଖ ୪ ଟା ସମୟରେ ଏହି ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଛି । ଏନେଇ ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ।

Leave A Reply

Your email address will not be published.