Latest Odisha News

BREAKING NEWS

ଶସ୍ତା ଓ ସୁବିଧାରେ ଲୋକଙ୍କୁ ମିଳୁଛି ଔଷଧ: ମୋଦୀ

ନୂଆଦିଲ୍ଲୀ: ଲୋକଙ୍କୁ ଶସ୍ତା ଓ ସୁବିଧାରେ ଔଷଧ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଜନଔଷଧୀ ଯୋଜନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରାଦେଶରେ ୬ ଜହାର ଜନଔଷଧୀ କେନ୍ଦ୍ର ଖୋଲାଯାଇଛି । ଏହି ସବୁ କେନ୍ଦ୍ରରେ ୫୦ରୁ ୭୦ ପ୍ରତିଶତ ଯାଏଁ ଶସ୍ତାରେ ଔଷଧ ମିଳୁଥିବା ନେଇ କହିଛନ୍ତି ମୋଦୀ ।
ଆଜି ଜନଔଷଧୀ ଯୋଜନାର ହିତାଧିକାରୀଙ୍କ ସହ ସିଧା ସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫରେନ୍ସିଂ ମାଧ୍ୟମରେ କଥା ହୋଇ ସିଧାସଳଖ ହିତାଧିକାରୀଙ୍କୁ ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ,ସବୁ ଗରିବ ଯେପରି ସୁଲଭ ଦରରେ ଔଷଧ ପାଇପାରିବେ ସେ ନେଇ ପ୍ରୟାସ ଜାରି ରହିଛି । ହିତାଧିକାରୀଙ୍କ ସହ ଆଲୋଚନା ସମୟ ମୋଦୀ ଭାବୁକ ହୋଇ ଯାଇଛନ୍ତି ।

BjdElectrycity
Leave A Reply

Your email address will not be published.