Latest Odisha News

BREAKING NEWS

୪ ନେତାଙ୍କୁ ନୂଆ ଦାୟିତ୍ବ ଦେଲା ବିଜୁ ଜନତା ଦଳ; ଅମର ଶତପଥୀ ହେଲେ ବରିଷ୍ଠ ଉପ-ସଭାପତି

ଭୁବନେଶ୍ବର: ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦେଇଥିବାବେଳେ, ଶ୍ରୀମୟୀ ମିଶ୍ର ଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି ନବୀନ ।

ସେହିପରି, ସରୋଜ ସାମଲଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ, ପ୍ରାାନ୍ତ ସେଠୀଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି ନବୀନ ପଟ୍ଟନାୟକ ।

ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କୁ କଳାହାଣ୍ଡି ଜିଲ୍ଲା ବିଜେଡି ପ୍ରଚାର କମିଟର ଅଧ୍ୟକ୍ଷ ଦାୟିତ୍ୱ ଦେଇଛି ଦଳ । ଜିଲ୍ଲା ବିଜେଡିର ନିର୍ବାଚନ ସଂଯୋଜକ ଭାବେ ଜିଲ୍ଲା ବିଜେଡିର ନିର୍ବାଚନ ସଂଯୋଜକ ଭାବେ ରାଜେଶ ଦାସଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ ମିଳିଥିବା ବେଳେ, ଦୁର୍ଗାଶିଷ ମହାନ୍ତିଙ୍କୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ନିର୍ବାଚନ ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି ।

ସେହିପରି ଆଶିଷ କୁମାର ଜେନା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇବାବେଳେ, ରଶ୍ମି ରଞ୍ଜନ ଦାସଙ୍କୁ ପାରାଦୀପ ବିଧାନସଭା ଆସନରେ ବିଜୁ ଯୁବ ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ମିଳିଛି । ଅନ୍ୟପଟେ ପାରାଦୀପ ବିଧାନସଭା ଆସନରେ ବିଜୁ ଛାତ୍ର ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ ରଶ୍ମିରେଖା ମଲ୍ଲିକ ।

Leave A Reply

Your email address will not be published.