Latest Odisha News

BREAKING NEWS

କୋଭିଡ ଟେଷ୍ଟକୁ ନେଇ ବିଜେଡି-ବିଜେପି ବାକ୍‌ଯୁଦ୍ଧ

ଭୁବନେଶ୍ୱର: କରୋନା ଟେଷ୍ଟକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି । ପ୍ରତ୍ୟେକ ଦିନ ୧୫ହଜାର ଟେଷ୍ଟ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ଦେଇଥିବା ବେଳେ ଏହା କରାଯାଉନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି । ଏବଂ କ୍ୱାରେଂଟିନ ସେଂଟରରେ ରହୁଥିବା ସମସ୍ତ ପ୍ରବାସୀଙ୍କ ଟେଷ୍ଟ କରାଯାଉ। ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ପିପିଇ କିଟ୍ ଦିଆଯାଉ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

BjdElectrycity

ସେପଟେ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି । ସସ୍ମିତ ପାତ୍ର କହିଛନ୍ତି ଯେ, ଆଇସିଏମଆର ଗାଇଡଲାଇନ ଅନୁସାରେ ଟେଷ୍ଟ କରାଯାଉଛି । ଟେମ୍ପରାରି ମେଡିକାଲ ଫାସିଲିଟି ପଞ୍ଚାୟତ ସ୍ତର ଯାଏଁ ନିଆ ହେଇଚି, ଓଡିଶା ବ୍ୟତୀତ ଅନ୍ୟ କୌଣସି ରାଜ୍ୟ ଟିଏମ୍‌ସିକୁ ପଂଚାୟତ ସ୍ତର ଯାଏଁ ନେଇ ନାହାନ୍ତି । ଏଭଳି ଏକ ସ୍ପର୍ଶ କାତର ବିଷୟରେ ବିଜେପି ଶସ୍ତା ରାଜନୀତି କରିବା ଉଚିତ ନୁହେଁ । ଏହାସହ ରାଜ୍ୟ ବିଜେପି, କେନ୍ଦ୍ର ସରକାରଙ୍କ ନିୟମାବଳୀ ପଢୁ ବୋଲି ପରାମର୍ଶ ଦେଇଛନ୍ତି ବିଜେଡି ନେତା ସସ୍ମିତ ପାତ୍ର ।

Leave A Reply

Your email address will not be published.