Latest Odisha News

BREAKING NEWS

‘ନେତା ନୁହେଁ ନବୀନଙ୍କୁ ଭୋଟ୍ ଦେଉଛନ୍ତି ଜନତା’

ଭୁବନେଶ୍ୱର: ବିଜେଡି କହିଲେ ନବୀନ । ନବୀନ କହିଲେ ବିଜେଡି। ଖୋଦ ବିଜେଡିର ନେତା ମାନେ ଏ କଥା ଖୋଲାଖୋଲା କହୁଛନ୍ତି । ଅବଶ୍ୟ ଏ କଥା କିଛି ନୂଆ ନୂହେଁ । ପୂର୍ବରୁ ମଧ୍ୟ ବହୁ ଦଳୀୟ ନେତା ଏ ସଂପର୍କରେ ବିଭିନ୍ନ ସମୟରେ ମତ ରଖିଛନ୍ତି । ନିର୍ବାଚନ ଆସନ୍ନ ଥିବାରୁ ବର୍ତ୍ତମାନ କିଏ କେଉଁ ଆସନରୁ ପ୍ରାର୍ଥୀ ହେବା ତାକୁ ନେଇ କଳ୍ପନାଳ୍ପନା ଆରମ୍ଭ ହୋଇଛି ।

ଏଭଳି ସ୍ଥିତିରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ପୁଣିଥରେ ବୁଲାବୁଲି ଆରମ୍ଭ କରିଛନ୍ତି । ଏ ପରିପ୍ରେକ୍ଷୀରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ କହିବା କଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହାକୁ ଯେଉଁଠି ଚାହିଁବେ ପ୍ରାର୍ଥୀ କରିବେ। ରାଜ୍ୟରେ ଯେବେଠୁ ନବୀନଙ୍କ ଶାସନ ଆରମ୍ଭ ହୋଇଛି ସେବେଠୁ ଦଳରେ ନବୀନଙ୍କ ନିଷ୍ପତ୍ତି ହିଁ ସର୍ବମାନ୍ୟ । ନବୀନ ଯାହାକୁ ଯେଉଁ ପଦବୀ ଦେଇଛନ୍ତି ତାହାକୁ ନେତାମାନେ ସାଦରେ ଗ୍ରହଣ କରିଛନ୍ତି ।

ଏପରିକି ବିଜେଡିରେ ନବୀନଙ୍କୁ କେହି ବିରୋଧ କରନ୍ତି ନାହିଁ । ଏହାର ମଧ୍ୟ କାରଣ ରହିଛି । ନବୀନ ରାଜ୍ୟର ସବୁଠୁ ଲୋକପ୍ରିୟ ନେତା ଏବଂ ନବୀନଙ୍କ ଲୋକପ୍ରିୟତା ଯୋଗୁ ହିଁ ବିଜେଡିକୁ ସର୍ବାଧିକ ଭୋଟ ମିଳେ । ଏପରିକି ବିରୋଧୀମାନେ ଯେତେ ପ୍ରସଙ୍ଗ ନେଇ ନବୀନଙ୍କୁ ଘେରିଲେ ମଧ୍ୟ ସାଧାରଣ ଲୋକେ ଏହାକୁ ଗ୍ରହଣ କରିନାହାନ୍ତି ।

ସେଥିପାଇଁ ଓଡିଶାରେ ୫ ପାଳି ଧରି ନବୀନଙ୍କ ନେତୃତ୍ବରେ ବିଜେଡି ଶାସନ କରି ଆସୁଛି । ଦଳର ନେତାମାନେ ମଧ୍ୟ ଏହାକୁ ହୃଦୟଙ୍ଗମ କରିଥିବାବେଳେ ବିଭିନ୍ନ ସମୟରେ ଏହାକୁ ଖୋଲାଖୋଲି ଭାବେ ବ୍ୟକ୍ତ କରିଥାନ୍ତି। ଦୀର୍ଘ ବର୍ଷ ଧରି ଶାସନରେ ରହିଲେ ମଧ୍ୟ ନବୀନଙ୍କୁ ମାନ୍ୟତା ଯୋଗୁ ବିଜେଡିରେ ବିଶେଷ ଅସୁବିଧା ଦେଖାଯାଏନି ।

ଏପରିକି ଦୀର୍ଘ ବର୍ଷ ଶାସନର ଏହା ମୂଳମନ୍ତ୍ର ବୋଲି କୁହାଯାଏ । ଯେଉଁ ନେତାଙ୍କ ଉପରେ ନବୀନଙ୍କ ଆଶୀର୍ବାଦ ରହିଛି ସେ ରାଜନୀତିରେ ତିଷ୍ଠି ରହିଥିବାବେଳେ ନବୀନ ଯାହାଙ୍କୁ ଦଳରୁ ବାହାର କରିଛନ୍ତି ରାଜନୈତିକ କ୍ଷେତ୍ରରେ ସେମାନେ ଆଉ ଉଧେଇ ପାରି ନାହାନ୍ତି । ସେଭଳି କିଛି ପ୍ରମୁଖ ନେତାଙ୍କ ମଧ୍ୟରେ ବିଜୟ ମହାପାତ୍ର, ନଳୀନି ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ ପ୍ରମୁଖ ଅନ୍ୟତମ ।

ଏପରିକି ଦଳରେ ଯେତେ ପ୍ରଭାବଶାଳୀ ନେତା ହେଲେ ମଧ୍ୟ ବିଜେଡି ଟିକେଟ ନ ପାଇଲେ ଲୋକମାନେ ତାଙ୍କୁ ଗ୍ରହଣ କରିନାହାନ୍ତି । ତୃଣମୂଳ ସ୍ଚରରେ କିଛି ଦୁର୍ନୀତିର ଅଭିଯୋଗ ଆସିଲେ ଲୋକେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କୁ ଦୋଷ ଦିଅନ୍ତି କିନ୍ତୁ ନବୀନଙ୍କୁ ବିଶେଷ ଦୋଷ ଦେବା ଦେଖାଯାଏନି । ଅଳ୍ପ କିଛି ନିର୍ବାଚନ ଛାଡିଲେ ଯେ କୌଣସି ନିର୍ବାଚନରେ ଯେତେ ଦାବିଦାର ଥିଲେ ମଧ୍ୟ ନବୀନ ଯାହାକୁ ଦଳୀଯ ପ୍ରାର୍ଥୀ କରନ୍ତୁ ତାଙ୍କ ବିରୋଧରେ କେହି ଯାଆନ୍ତି ନାହିଁ । ଯେଉଁମାନେ ବି ନବୀନଙ୍କ ନିଷ୍ପତ୍ତି ବିରୋଧରେ ଯାଆନ୍ତି ସେମାନେ ନିଜର ପରାଜୟ ବରଣ କରିବା ଦେଖାଯାଏ ।

କିନ୍ତୁ ଗତ କିଛି ଦିନ ତଳେ ହୋଇଥିବା ଧାମନଗର ଉପନିର୍ବାଚନ ଏକ ବ୍ୟତିକ୍ରମ। ଯେଉଁଥିରେ ରାଜୁ ଦାସ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଭାବେ ଉଭା ହେବା ସହ ବିଜେଡି ପ୍ରାର୍ଥୀ ପରାଜୟ ବରଣ କରିଥିଲେ। କିନ୍ତୁ ନବୀନଙ୍କ ନିଷ୍ପତ୍ତି ଅନୁଯାୟୀ ବିଜେଡି ପ୍ରାର୍ଥୀ ବହୁଳ ଭାବେ ବିଜୟ ଲାଭ କରନ୍ତି। ଏ କଥା ବହୁ ପରୀକ୍ଷିତ ହୋଇଥିବାରୁ ଯିଏ ନିର୍ବାଚନରେ ଟିକେଟ ପାଇଁ ଯେତେ ଦାବିଦାର ହେଲେ ମଧ୍ୟ ଯାହାକୁ ଟିକେଟ ନ ମିଳେ କିମ୍ବା ଯାହାକୁ ଯେଉଁ ପଦପଦବୀ ମିଳେ ସେମାନେ ସେତିକିରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ବୋଲି କୁହାଯାଏ ।

Leave A Reply

Your email address will not be published.