Latest Odisha News

BREAKING NEWS

[ଭିଡିଓ] ପୌର ନିର୍ବାଚନ : ବନ୍ଧୁକରୁ ଗୁଳି ଫୁଟାଇ ବିଜୟ ଉତ୍ସବ କଲେ ବିଜେଡି କାଉନସିଲର

ସୁବର୍ଣ୍ଣପୁର ପୌର ପରିଷଦର ୯ ନମ୍ବର ୱାର୍ଡରେ କାଉନସିଲର ଭାବେ ବିଜୟୀ ପ୍ରାର୍ଥୀ ଦେଖାଇଛନ୍ତି ଏପରି କାରନାମା

ସୁବର୍ଣ୍ଣପୁର : ପୌର ନିର୍ବାଚନ ଜିତଲେ । ହେଲେ ବେଆଇନ ଭାବେ ବନ୍ଧୁକ ଫୁଟାଇ ସେଲିବ୍ରେସନ କଲେ ବିଜେଡିର ବିଜୟୀ କାଉନସିଲ। ସୁବର୍ଣ୍ଣପୁର ଜିଲ୍ଲା ପୌର ପରିଷଦର ୯ ନମ୍ବର ୱାର୍ଡରେ କାଉନସିଲର ଭାବେ ବିଜୟୀ ପ୍ରାର୍ଥୀ ଦେଖାଇଛନ୍ତି ଏପରି କାରନାମା । ଫଳାଫଳ ଘୋଷଣା ସମୟରେ ନିଜ ୱାର୍ଡର ସମର୍ଥକଙ୍କୁ ନେଇ ଚଳାଇଥିବା ବିଜୟ ଶୋଭାଯାତ୍ରା ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

କଇରୁ ସ୍ୱାଇଁ ବିଜେଡିର ଜଣେ ବରିଷ୍ଠ ନେତା ହୋଇଥିବା ବେଳେ । ପୂର୍ବରୁ ସେ ସୋନପୁର ପୌର ପରିଷଦର ଅଧ୍ୟକ୍ଷ ମଧ୍ୟ ଥିଲେ । ତେବେ ଆଜି ସାଧାରଣ ସ୍ଥାନରେ ସେ ବନ୍ଧୁକ ଫୁଟାଇ ସେଲିବ୍ରେସନ କରିବା ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ତେବେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠୁଛି । ଏହି ସାଧାରଣ ସ୍ଥାନରେ ବ୍ୟବହାର ହୋଇଥିବା ବନ୍ଧୁକଟି କାହାର ।ବନ୍ଧୁକର ଲାଇସେନ୍ସ ଅଛି କି ନାହିଁ । ପୋଲିସ ଏ ଦିଗରେ କି କାର୍ଯ୍ୟାନୁଷ୍ଠାନ ନେବ ଦେଖିବାକୁ ବାକି ରହିଲା । କଇରୁ ସ୍ୱାଇଁଙ୍କ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିାଁ

Leave A Reply

Your email address will not be published.