Latest Odisha News

BREAKING NEWS

ପାଟକୁରା ଲାଗି ପ୍ରାର୍ଥୀ ଘୋଷଣା କଲେ ନବୀନ, ସାବିତ୍ରୀ ଅଗ୍ରୱାଲାଙ୍କୁ ମିଳିଲା ବିଜେଡ଼ି ଟିକେଟ

ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନରେ ପୂର୍ବତନ ବିଧାୟକ ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲା ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷିତ ହୋଇଛନ୍ତି ।

ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ପାଟକୁରା ଆସନରେ ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି ।

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନର ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଯୋଗୁଁ ଏପ୍ରିଲ ୨୦ ତାରିଖରେ ନିର୍ବାଚନ କମିଶନ ଏଠାରେ ନିର୍ବାଚନ ସ୍ଥଗିତ ରଖିବା ନେଇ ଘୋଷଣା କରିଥିଲେ । ତେବେ ଏପ୍ରିଲ ୨୯ ତାରିଖରେ ଏଠାରେ ହେବାକୁ ଥିବା ନିର୍ବାଚନ ନହୋଇ ମେ ୧୯ ତାରିଖରେ ଅନୁଷ୍ଠିତ ହେବା ସମ୍ପର୍କରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି ।

ପାଟକୁରା ଆସନରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିରୋଧରେ ସ୍ୱର୍ଗତଃ ବେଦ ପ୍ରକାଶ ଅଗ୍ରୱାଲାଙ୍କ ପୁଅ ସଞ୍ଜୟ ଅଗ୍ରୱାଲା ବିଜେଡ଼ି ପ୍ରାର୍ଥୀ ହେବାନେଇ କିଛିଦିନ କଳ୍ପନାଜଳ୍ପନା ଚାଲିଥିଲା ।

ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ଏହି ଆସନରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ହେଉଛି ମେ ୧ ତାରିଖ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାର ତାରିଖ ମେ ୪ ତାରିଖ ।

ଏଠାରେ ଉଲ୍ଲେଖ୍ୟ ପାଟକୁରା ଆସନ ଲାଗି ବିଜେପି ଓ କଂଗ୍ରେସ ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି ।

Leave A Reply

Your email address will not be published.