Latest Odisha News

BREAKING NEWS

ଗାଈ କ୍ଷୀର ଦେଇନାହିଁ, ଘିଅ ଖାଇବାକୁ ଝଗଡା, ୭ ଜନ୍ମରେ ବି ଆସିବନି କଂଗ୍ରେସ

ଚଣ୍ଡିଗଡ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ହରିୟାଣାର ମହେନ୍ଦ୍ରଗଡରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ଆୟୋଜିତ ଜନସଭାରେ କଂଗ୍ରେସ ଉପରେ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ୭ ଜନ୍ମରେ ମଧ୍ୟ କଂଗ୍ରେସ ସରକାର ଗଠନ କରିପାରିବ ନାହିଁ ବୋଲି କହିଛନ୍ତି ମୋଦୀ ।

ବିରୋଧୀ ମେଣ୍ଟ ଇଣ୍ଡିଆକୁ ଟାର୍ଗେଟ କରି ମୋଦୀ କହିଛନ୍ତି, ଗାଈ କ୍ଷୀର ଦେଇନାହିଁ, ଘିଅ ଖାଇବାକୁ ଇଣ୍ଡିଆ ମିଳିତ ମେଣ୍ଟର ଲୋକଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଛି। ଏମାନେ କହୁଛନ୍ତି, ପାଞ୍ଚ ବର୍ଷ ମଧ୍ୟରେ ପାଞ୍ଚଜଣ ପ୍ରଧାନମନ୍ତ୍ରୀ ରହିବେ। ପାଞ୍ଚ ବର୍ଷରେ, ପାଞ୍ଚଜଣ ପ୍ରଧାନମନ୍ତ୍ରୀ ରହିଲେ ହରିୟାଣାବୀସୀ ୫୦୦୦ଥର ଥଟ୍ଟା କରିବେ। ଇଣ୍ଡିଆ ମିଳିତ ମେଣ୍ଟର ଲୋକମାନେ ସାମ୍ପ୍ରଦାୟିକ, ଅତ୍ୟଧିକ ଜାତିବାଦୀ, ଅତ୍ୟଧିକ ପରିବାର ଭିତ୍ତିକ।

ହରିୟାଣା ସହିତ ନିଜର ସମ୍ପର୍କ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୁଁ ହରିୟାଣା ଏବଂ ପଞ୍ଜାବରୁ ମଧ୍ୟ ରାଜନୀତିର ସଜ୍ଞା ପାଇଛି। ମୁଁ ୧୯୯୫ରେ ହରିୟାଣାକୁ ଆସିଥିଲି। ଏଠାକାର ମା’ ଏବଂ ଭଉଣୀଙ୍କ ହାତରୁ ଖାଦ୍ୟ ଖାଇଛି। ବିରୋଧିମାନେ ସବୁବେଳେ ଚେଷ୍ଟା କରୁଛନ୍ତି କିନ୍ତୁ ମୁଁ କାହା ଆଗରେ ମଧ୍ୟ ମଥା ନୁଆଁଇ ନାହିଁ । ବର୍ତ୍ତମାନ ମୋତେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଅନେକ ଗୁଡିଏ କାମ କରିବାର ଅଛି । ଆମର ହରିୟାଣାକୁ ନୂଆ ଉଚ୍ଚତାକୁ ନେବାକୁ ପଡିବ। ଆଉ ସେଥିପାଇଁ ପୁଣିଥରେ ମୋଦୀ ସରକାର ହେବା ନିହାତି ଜରୁରୀ ।

 

Leave A Reply

Your email address will not be published.