Latest Odisha News

BREAKING NEWS

ଦିନ ସାଢେ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ଵର, ୪୩.୬ ଡିଗ୍ରୀରେ ଜଳିଲା ରାଜଧାନୀ

ଭୁବନେଶ୍ଵର: ତେଲ କଡ଼େଇରେ ଭାଜି ହେଉଛି ଓଡ଼ିଶା । ଆହୁରି କଲବଲ କରିବ ତାତି । ରାତିରେ ବି ମିଳିବନି ଆଶ୍ଵସ୍ତି । ଡହ ଡହ ଖରାରେ ଆଉଟୁ ପାଉଟୁ ଜନଜୀବନ । ଆଜି ଦିନ ସାଢେ ୨ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ଵର । ୪୩.୬ ଡିଗ୍ରୀ ତାପମାତ୍ରାରେ ଜଳିଛି ରାଜଧାନୀ ।

ସେହିପରି ଝାରସୁଗୁଡାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ୱରରେ ୪୨.୨ ଡିଗ୍ରୀ, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨, କେନ୍ଦୁଝରରେ ୪୦.୯, ରାଉରକେଲାରେ ୪୦.୨, ପାରାଦ୍ୱୀପରେ ୩୬.୩, ପୁରୀରେ ୩୫ ଓ ଗୋପାଳପୁରରେ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆହୁରୀ ୨ ଦିନ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଅଧିକାଂଶ ସ୍ଥାନରେ ପାରଦ ୪୨ ରୁ ୪୫ ଡିଗ୍ରୀ ମଧ୍ୟରେ ରେକର୍ଡ଼ ହେବାର ସମ୍ଭାବନା ରହିଛି । ୨୧ ତାରିଖ ଯାଏଁ ରାଜ୍ୟରେ ହିଟ୍ ଓ୍ବେଭ୍ ନେଇ ସତର୍କତା ଜାରି ହୋଇଛି । ବିଶେଷକରି ନୂଆପଡା, ନୟାଗଡ, ଗଜପତି, ମୟୂରଭଂଜ, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀରରେ ତାତି ନେଇ ସତର୍କତା ଜାରି ହୋଇଛି ।

Leave A Reply

Your email address will not be published.