Latest Odisha News

BREAKING NEWS

ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଓଡ଼ିଶାର ବାସ୍ତବ ଚିତ୍ର ଦେଖିବାକୁ ଅକ୍ଷମ: ନାଉରୀ ନାଏକ

ଭୁବନେଶ୍ୱର: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ଭିତରେ ସେତିକି କାଦୁଅ ଫିଙ୍ଗାଫିଙ୍ଗି ବଢିଚାଲିଛି । ଏବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ରାଜନୈତିକ ଦଳ ମଧ୍ୟରେ ଚାଲିଛି ଯୁଦ୍ଧ। ଦୀର୍ଘ ୨୫ ବର୍ଷ ସରକାରର ଅପାରଗତା ପାଇଁ ଆଜି କୋଟି କୋଟି ଓଡ଼ିଆ ଲୋକମାନେ ଜର୍ଜରିତ। କିନ୍ତୁ ବିଜେଡି ନେତା ନୀଳ ଚଷମା ପିନ୍ଧିଥିବାରୁ ଏ ସବୁ ଚିତ୍ର ସେମାନଙ୍କୁ ଦେଖାଯାଉନାହିଁ ବୋଲି ରେଙ୍ଗାଳି ବିଧାୟକ ନାଉରୀ ନାଏକ ବିଜେଡି ମୁଖପାତ୍ରଙ୍କ ଟ୍ୱିଟର ପ୍ରତିକ୍ରିୟାରେ କହିଛନ୍ତି । ନାଏକ ଉଲ୍ଲେଖ କରିଛନ୍ତି ଯେ, ୨୫ ବର୍ଷର ରୂପାନ୍ତରଣ ସରକାରରେ ଆଜି ମଧ୍ୟ ନଗଡ଼ାରେ ବସବାସ କରୁଥିବା ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି, ଯାହା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି ।

ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ପାନୀୟ ଜଳର ଉତ୍କଟ ସମସ୍ୟା ଆଜି ଗାଁ ଗାଁରେ ଲୋକମାନେ ଅନୁଭବ କରୁଛନ୍ତି । ରାସ୍ତା ନଥିବା କାରଣରୁ ରୋଗୀ ବିଶେଷ ଭାବେ ଗର୍ଭବତୀ ମହିଳାମାନେ ଖଟିଆରେ ବୁହାହେବାର ଦୃଶ୍ୟ କାହାକୁ ଅଛପା ନାହିଁ । ଏଥିପାଇଁ ଅନେକ ମୃତ୍ୟୁବରଣ କରୁଛନ୍ତି । ସ୍ୱଚ୍ଛ ପାନୀୟ ଜଳ ଅଭାବରୁ ଡାଇରିଆରେ ଆକ୍ରାନ୍ତ ହୋଇ ଲୋକମାନେ ମୃତ୍ୟୁବରଣ କରୁଛନ୍ତି । ସମ୍ବଲପୁରବାସୀଙ୍କ ସ୍ୱାର୍ଥ ଓ ଯାତାୟତ ସୁବିଧା ପାଇଁ ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଓଡ଼ିଶାର ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭାୟା ସମ୍ବଲପୁର ଦେଇ ଯାତାୟତ କରୁଛି ।

‘ସମ୍ବଲପୁର ଶାଲିମାର୍ ମହିମା ଗୋସାଇଁ ଏକ୍ସପ୍ରେସ’ର ଶୁଭାରମ୍ଭ ସହ ଗୋରଖପୁର ହଟିଆ ମୌର‌୍ୟ୍ୟ ଏକ୍ସପ୍ରେସ ସମ୍ବଲପୁର ପର‌୍ୟ୍ୟନ୍ତ ସମ୍ପ୍ରସାରଣ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ୟମ କାରଣରୁ ଅମୃତ ଭାରତ ଷ୍ଟେସନ ଅନ୍ତର୍ଗତ ସମ୍ବଲପୁର ସିଟି, ସମ୍ବଲପୁର, ହୀରାକୁଦ ଓ ରେଢାଖୋଲ ଷ୍ଟେସନର ସୌନ୍ଦର‌୍ୟ୍ୟକରଣ ଓ ନବୀକରଣ କରାଯାଉଛି । କିନ୍ତୁ ଦୂରଦୃଷ୍ଟି ଅଭାବ କାରଣରୁ ବିଜେଡି ମୁଖପାତ୍ର ଏସବୁ ଦେଖିବାରେ ଅକ୍ଷମ ହୋଇଛନ୍ତି। ଦୁଃଖର କଥା, ଓଡ଼ିଶାବାସୀଙ୍କ କଷ୍ଟ ତାଙ୍କୁ ଦେଖାଯାଉନାହିଁ । ମା’ ବିରଜା ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ରେଙ୍ଗାଲି ବିଧାୟକ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.