Latest Odisha News

BREAKING NEWS

କଂଗ୍ରେସରେ ଯୋଗଦେଲେ ବରିଷ୍ଠ ବିଜେଡି ନେତ୍ରୀ ମନୋରମା ଆଚାର୍ଯ୍ୟ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ପ୍ରତ୍ୟେକ ଦିନ ମିଶ୍ରଣ ପର୍ବ ଦ୍ୱାରା ଅନେକ ବିଜେଡ଼ି, ବିଜେପିର ନେତା ଓ କର୍ମୀମାନେ କଂଗ୍ରେସରେ ସାମିଲ ହେଉଛନ୍ତି । ଏହିକ୍ରମରେ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଲେ ବରିଷ୍ଠ ବିଜେଡି ନେତ୍ରୀ ମନୋରମା ଆଚାର୍ଯ୍ୟ ।

ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି ପ୍ରସାଦ ହରିଚନ୍ଦନ ଏବଂ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋଙ୍କ ଉପସ୍ଥିତିରେ ବିଜୁ ମହିଳା ଦଳତା ଦଳର ପୂର୍ବତନ ସାଧାରଣ ସମ୍ପାଦିକା ତଥା ବଡ଼ଚଣାର ଜଣାଶୁଣା ସମାଜସେବୀ ମନୋରମା ଆଚାର୍ଯ୍ୟ ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

କଂଗ୍ରେସ ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ସହ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପ୍ରଭାବିତ ହୋଇ ତାଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଛନ୍ତି ବୋଲି ମନୋରମା ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଯେଉଁ ଦାୟିତ୍ୱ ଦଳ ପ୍ରଦାନ କରିବ ତାକୁ ସୁଚାରୂପେ ତୁଲାଇବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.