ଚର୍ଚ୍ଚାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନ । ବିଜେଡିରେ ଜଳୁଥିବା ନିଆଁରେ ସେ ଘିଅ ଢାଳିଛନ୍ତି । ବିଜେଡିର ପରିଚାଳନାକୁ ନେଇ ସେ ପ୍ରଶ୍ନ ଉଠାଛନ୍ତି । ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭୂପିନ୍ଦର ସିଂ, ଅମର ଶତପଥୀ, ଭାସ୍କର ରାଓ ଏବଂ ଲାଲବିହାରୀ ହିମିରିକାଙ୍କ ପରେ ପ୍ରଫୁଲ୍ଲ ବିଜେଡିର କାର୍ଯ୍ୟଶୈଳୀ ଉପରେ ଖପ୍ପା ହୋଇଛନ୍ତି ।
ବିଜେଡି କାର୍ଯ୍ୟ ଶୈଳୀ ଉପରେ ପ୍ରଫୁଲ୍ଲଙ୍କ ପ୍ରଶ୍ନ
ବିଜେଡି ସଠିକଭାବେ ବିରୋଧୀଦଳ ଭୂମିକା ନିର୍ବାହ କରୁନାହିଁ । ପୂର୍ବ ବିଚାରଧାରାରେ ବିଜେଡି ଦଳ ଏବେ ନାହିଁ । ତଥାପି ମୁଁ ଏବେ ବିଜେଡିରେ ଅଛି, କିନ୍ତୁ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । କିଛି ବରିଷ୍ଠ ନେତାଙ୍କ ବୟାନ ପରେ ପ୍ରଫୁଲ୍ଲ ମଲ୍ଲିକ ଏପରି କହିଛନ୍ତି । ଦଳକୁ ସଂଗଠିତ କରିବାକୁ ପିଏସି, ଶୃଙ୍ଖଳା କମଟି ପାଇଁ କହିଥିଲୁ, ଏହା ସହ ବହୁତ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା । ହେଲେ ସେଗୁଡିକ ଦଳରେ ଗ୍ରହଣ ହେଲାନାହିଁ । ଏହାପରେ ମୋ ସହିତ ଏବେ ଯାଏଁ କେହି ଆଲୋଚନା କରିନାହାଁନ୍ତି କି ମୁଁ କାହାକୁ ଭେଟିନି ବୋଲି ସେ କହିଛନ୍ତି ।
ପ୍ରଫୁଲ୍ଲ୍ ଏମିତି କହିବାର କାରଣ କଣ ?
ପ୍ରଫୁଲ୍ଲ ମଲ୍ଲିକ ଦୀର୍ଘ ବର୍ଷ ହେଲାଣି ବିଜେଡି ପାଇଁ ପ୍ରତିନିଧିତ୍ୱ କରୁଛନ୍ତି । ସେ ବିଧାୟକ ହେବା ସହ ମନ୍ତ୍ରୀପଦ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ବିଜେଡିରେ ଧିରେଧିରେ କୁହୁଳିଥିବା ନିଆଁରେ ସେ ଘିଅ ଢାଳିଛନ୍ତି । ତେବେ କାହିଁକି ଏମିତି ପ୍ରଫୁଲ୍ଲ କହିଲେ ବୋଲି ପ୍ରଶ୍ନ ଉଠିଛି । ବିଜେଡିରେ ତାଙ୍କୁ ଅଧିକ ପ୍ରାଧାନ୍ୟ ଦିଆନଯିବାରୁ ସେ ଏମିତି କହିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବିଜେଡି ଛାଡିବା ପାଇଁ ଇଙ୍ଗିତ କଲେ ପ୍ରଫୁଲ୍ଲ
ବିଜେଡିର କାର୍ଯ୍ୟ ଶୌଳୀ ତାଙ୍କୁ ଭଲ ଲାଗୁନଥିବାରୁ ସେ ପ୍ରଶ୍ନ ଉଠାଇଛନ୍ତି । ଯଦି ଏହିପରିଭାବେ ଦଳ ଚାଲେ ସେ ଖୁବଶୀଘ୍ର ଦଳ ଛାଡିଦେବେ ବୋଲି କହିଛନ୍ତି । ତେବେ ପ୍ରଫୁଲ୍ଲ ଏହିକଥା କହିବାର ଅର୍ଥ ବିଜେଡି ରଣନୀତି ଯାହା କରୁଛି ତାହା ଭୂଲ । ଏହାଦ୍ୱାରା ଦଳ କ୍ଷତିରେ ରହୁଛି । ତେଣୁ ଏମିତି ଚାଲିଲେ ସେ ଦଳ ଛାଡିଦେବେ ବୋଲି କହିଛନ୍ତି । ଏହା ସହ ବର୍ତ୍ତମାନ ନୂଆ ବିଜେଡି ଗଠନ ସମୟ ନୁହେଁ, ପୁରୁଣାର ସଠିକ ପରିଚାଳନା ଦରକାର ବୋଲି ସେ କହିଛନ୍ତି ।
ବିଜେଡିରେ ଜଣଙ୍କ ପରେ ଜଣେ ନେତା ଏବେ ବିରୋଧରେ କହିବା ଆରମ୍ଭ କରିଛନ୍ତି । ୨ ଦିନ ତଳେ ଏନ ଭାସ୍କର ରାଓ ଏବଂ ଲାଲବିହାରୀ ହିମିରିକା ଦଳ ଛାଡିଥିଲେ । ତେବେ ବିଜେଡି ସୁପ୍ରିମୋ ଏମାନଙ୍କ ପାଇଁ କି ପ୍ରକାର ବନ୍ଦୋବସ୍ତ କରୁଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।
BREAKING NEWS
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- Nigeria military aircraft: ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ୩୨ ଜଣଙ୍କୁ ନେଇ ଯାଉଥିଲା…
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ

Comments are closed.