Latest Odisha News

BREAKING NEWS

ମିଳିଲାନି ଟିକେଟ୍, ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ନୀଳଗିରି: ବିଜେଡି ଛାଡିଲେ ସନ୍ତୋଷ ଖଟୁଆ । ସେ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ସୁପ୍ରିମୋଙ୍କ ନିକଟକୁ ପଠାଇଦେଇଛନ୍ତି ।

ତେବେ ୨୦୨୪ ନିର୍ବାଚନ ପାଇଁ ନୀଳଗିରିରେ ବିଜେଡି ଟିକେଟ ରେ ସନ୍ତୋଷ ଆଶାୟୀ ଥିଲେ ହେଲେ ଦଳ ତାଙ୍କ ପରିବର୍ତ୍ତେ ସଦ୍ୟ ସାମିଲ ହୋଇଥିବା ସୁକାନ୍ତ ନାୟକଙ୍କୁ ଟିକେଟ୍ ଦେଇଛି । ଯାହାକୁ ନେଇ ସନ୍ତୋଷ ଖଟୁଆ ଅସନ୍ତୋଷ ଥିବା କୁହାଯାଉଥିବାବେଳେ, ଏହି କାରଣରୁ ସେ ଆଜି ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।

ଗତ ୨୦୧୯ରେ ନୀଳଗିରି ଆସନରୁ ବିଜେଡି ଟିକେଟରେ ସନ୍ତୋଷ ଲଢିଥିଲେ ମଧ୍ୟ ପରାଜିତ ହୋଇଥିଲେ । ଅନ୍ୟପଟେ ଏହି ଆସନରେ ବିଜେପିରୁ ସୁକାନ୍ତ ନାୟକ ବିଜୟୀ ହୋଇଥିଲେ ।

Leave A Reply

Your email address will not be published.