Latest Odisha News

BREAKING NEWS

ମାଲକାନଗିରିରେ ସମ୍ମାନର ଲଢେଇ

ଭୁବନେଶ୍ବର: ମାଲକାନଗିରିରେ ଏଥର ତ୍ରିମୁଖୀ ଲଢେଇ। ବିଜେପି ପୁଣି ପଦ୍ମ ଫୁଟାଇବାକୁ ଉଦ୍ୟମ କରୁଛି ତ ବିଜେଡି ନିଜ ଦଖଲକୁ ନେବାକୁ ରଣନୀତି କରୁଛି। କଂଗ୍ରେସ ବି କମବ୍ୟାକ ପାଇଁ ଜୋର ଲଗାଇଛି। ମାଲକାନଗିରିରେ ବିଜେଡିରୁ ମାନସ ମାଡକାମୀ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ନରସିଂହ ମାଡକାମୀ ଓ କଂଗ୍ରେସରୁ ମାଲା ମାଢୀ ମଇଦାନକୁ ଓହ୍ଲାଇଛନ୍ତି ।

୨୦୧୪ରେ ମାଲକାନଗିରିରୁ ବିଜୟୀ ହୋଇଥିଲେ ମାନସ ମାଡକାମୀ । କଂଗ୍ରେସର ମାଲା ମାଢୀଙ୍କୁ ୩ହଜାରରୁ ଅଧିକ ଭୋଟରେ ହରାଇଥିଲେ ମାନସ । ତେବେ ୨୦୧୯ରେ ମାନସ ମାଡକାମୀଙ୍କ ଜାଗାରେ ମୁକୁନ୍ଦ ସୋଡିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ଗତଥର ବିଜେପିର ଆଦିତ୍ୟ ମାଡି ଜିତିଥିବା ବେଳେ ତୃତୀୟ ସ୍ଥାନରେ ରହିଥିଲେ ମୁକୁନ୍ଦ ସୋଡି । ଦ୍ବିତୀୟରେ ରହିଥିଲେ କଂଗ୍ରେସର ମାଲା ମାଡି। ଏଥର ବିଜେପି ନରସିଂହ ମାଡକାମୀଙ୍କୁ ପ୍ରାର୍ଥୀ କରିଛି। ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଶେଷ ମୁହୁର୍ତ୍ତରେ ଦଳ ବଦଳେଇ ବିଜେପିରେ ମିଶିଥିଲେ ମଧ୍ୟ ବିଜେପି ତାଙ୍କୁ ଟିକେଟ ଦେଇନି ।

ବିଭିନ୍ନ ସ୍ଥାନୀୟ ପ୍ରସଙ୍ଗ ନେଇ ପ୍ରାର୍ଥୀ ଭୋଟରଙ୍କ ପାଖରେ ପହଞ୍ଚୁଥିବା ବେଳେ ଫୋକସରେ ରହିଛନ୍ତି ବଙ୍ଗୀୟ ଭୋଟର । ମାଲକାନଗିରି ବିଧାନସଭାରେ ୧୭୯ଟି ବଙ୍ଗୀୟ ଗାଁ ରହିଛି । ଭୋଟବ୍ୟାଙ୍କ ହାତେଇବାକୁ ପଞ୍ଚାୟତ ନିର୍ବାଚନ ପରେ ବିଭିନ୍ନ ଗାଁରେ ଥିବା ମଠ ମନ୍ଦିର ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେପଟେ ବଙ୍ଗୀୟ ଭୋଟ୍ ହାତେଇବାକୁ ବିଜେପି ପ୍ରାର୍ଥୀ ମଇଦାନରେ ଆକ୍ଟିଭ୍ ରହିଛନ୍ତି । କଂଗ୍ରେସ ତୃତୀୟ ଥର ପାଇଁ ମାଲା ମାଡିଙ୍କୁ ପ୍ରାର୍ଥୀ କରିଛି।

Leave A Reply

Your email address will not be published.