Latest Odisha News

BREAKING NEWS

ବିଧାୟକ ସାନିଟାଇଜର୍ ପିଇବା ଘଟଣା: ରାଜ୍ୟପାଳଙ୍କୁ ଫେରାଦ ହେଲେ ବିଜେଡି ବିଧାୟକ

ଭୁବନେଶ୍ୱର: ବିଧାନସଭାରେ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ କ୍ଷମା ପ୍ରାର୍ଥନା ଦାବି କରୁଛି ବିଜେଡି । କ୍ଷମା ଦାବିରେ ବିଧାନସଭାରେ ତୀବ୍ର ପ୍ରତିବାଦ କରୁଥିବା ବିଜେଡି ବିଧାୟକମାନେ ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି । ଏନେଇ ବିଜେଡି ବିଧାୟକମାନେ ଏକ ରାଲିରେ ବିଧାନସଭାରୁ ରାଜଭବନ ଅଭିମୁଖେ ଯାଇଥିଲେ ।

ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବିଜେଡି ବିଧାୟକ । ବିଜେପି ବିଧାୟକ ଗୃହର ଗରିମା ନଷ୍ଟ କରିଛନ୍ତି । ସେ କ୍ଷମା ମାଗିବା ଉଚିତ୍ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି ବିଜେଡି ।

ଏହି ଘଟଣାକୁ ନେଇ ଗତ ପାଞ୍ଚ ଦିନ ହେବ ବିଧାନସଭା ଅଚଳ । ବିଜେଡି ସୁବାସ ପାଣିଗ୍ରାହୀଙ୍କ ଇସ୍ତଫା ଦାବି କରୁଛି । ବିଜେପି କହୁଛି କ୍ଷମା ମାଗିବା ପ୍ରଶ୍ନ ଉଠୁନି । ସେହିପରି କଂଗ୍ରେସ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହରେ ହଟ୍ଟଗୋଳ ଓ ନାରାବାଜି କରୁଛି । ହୋହଲ୍ଲା ଯୋଗୁ ପାଞ୍ଚ ଦିନ ହେବ ଗୃହ ଅଚଳ । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ ବି ନିଷ୍କର୍ଷ ବାହାରି ପାରୁନି ।

Leave A Reply

Your email address will not be published.