Latest Odisha News

BREAKING NEWS

ବିଜେପି କର୍ମୀଙ୍କୁ ଧମକ ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ଏତଲା

ନୂଆପଡା: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜୋରସୋରରେ ଚାଲିଛି ପ୍ରଚାର ପ୍ରସାର । ଏହାରି ଭିତରେ ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଅଶାନ୍ତ ପରିବେଶ ଦେଖିବାକୁ ମିଳିଛି । ଆଉ ଏପରି ସ୍ଥିତି ସୃଷ୍ଟି କରୁଛି ବିଜେଡି ବୋଲି ଅଭିଯୋଗ କରିଛି ବିଜେପି । ବିଜେଡି ବିଧାୟକ ପ୍ରାର୍ଥୀଙ୍କ ସହ ତାଙ୍କ ସମର୍ଥକ ବିଜେପି କର୍ମକର୍ତ୍ତାଙ୍କୁ ଧମକ ଚମକ ଦେବାସହ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରୁଥିବା ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁର୍ ଅଭିଯୋଗ କରିଛନ୍ତି l

ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ ବିଜେଡିର ଦାଦାଗିରି କରୁଥିବା ଅଭିଯୋଗ ପୂର୍ବରୁ ହୋଇଥିଲେହେଁ ପୋଲିସ ପକ୍ଷରୁ କୌଣସି ଆଖି ଦୃଶିୟା ପଦକ୍ଷେପ ନେଉନଥିବାରୁ ଏହା କମିବା ବଦଳରେ ବଢିବାରେ ଲାଗିଛି । ନିର୍ବାଚନ ପୂର୍ବରୁ ସିନାପାଲିର ଜଣେ ସରକାରୀ କର୍ମଚାରୀ ବିଜେପି କର୍ମୀଙ୍କୁ ଧମକ ଦେଉଥିବା ଅଡିଓ ଭାଇରାଲ୍ ହୋଇଥିବା ବେଳେ ନିର୍ବାଚନ ଦିନ ଖୋଦ ବିଧାୟକ ହରେସ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କୁ ବିଜେପି କୁ ଚାନ୍ଦା ଦେଇଛୁ ମୋତେ ମଧ୍ୟ ଦେବୁ ବୋଲି କହି ଧମକ ଦେଇଥିଲେ । ସେହି ରାତିରେ ତାଙ୍କ ଘରକୁ ତାଙ୍କ ସମର୍ଥକ ମାନଙ୍କୁ ପଠାଇଥିବା ଅଭିଯୋଗ କରିଛନ୍ତି ହରେଶ୍ ଅଗ୍ରୱାଲ ।

ଏହାକୁ ନେଇ ଜିଲ୍ଲା ବିଜେପି ସଭାପତି ଓ ବିଜେପି ବିଧାୟକ ପ୍ରାର୍ଥୀ ହିତେଶ ବଗର୍ତ୍ତିଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରି ଏହାର ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନଚେତ୍ ଆସନ୍ତା ତିନି ଦିନ ମଧ୍ୟରେ ଖଡ଼ିଆଳ ଥାନା ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ଅପରପକ୍ଷରେ ଏହି ମାମଲାର ତଦନ୍ତ କରି ଆଇନ ଅନୁଯାୟୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି ।

 

Leave A Reply

Your email address will not be published.