Latest Odisha News

BREAKING NEWS

ଦୀପାଳିଙ୍କ ପ୍ରାର୍ଥୀତ୍ୱ ନେଇ ପ୍ରମିଳାଙ୍କ ଦମ୍ଭୋକ୍ତି, କହିଲେ; ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି

ଭୁବନେଶ୍ବର : ଝାରସୁଗୁଡା ଉପ ନିର୍ବାଚନ ପାଇଁ ଶାସକ ବିଜେଡି ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି । ଦିବଂଗତ ମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଶାସକ ଦଳ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଦୀପାଳିଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଟିକେଟ ଦେଇଥିବାବେଳେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦିପାଳୀଙ୍କ ପ୍ରାର୍ଥୀତ୍ୱ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ପ୍ରମିଳା ମଲ୍ଲିକ କହିଛନ୍ତି, ଝାରସୁଗୁଡାରେ ଉପ-ନିର୍ବାଚନରେ ବିଜେଡି ୫୦ ହଜାରରୁ ଅଧିକ ଭୋଟରେ ଜିତିବ ।

ଦୀପାଳି ବିରୋଧୀଙ୍କ ଉପରେ ଭାରି ପଡିବେ ଓ ଅନୁକମ୍ଫା ଫ୍ୟାକ୍ଟର କାମ କରିପାରେ ବୋଲି କହିଛନ୍ତି ପ୍ରମିଳା। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଡକାଇଥିବା ବୈଠକରେ ଯାହା ରଣନୀତି ପ୍ରସ୍ତୁତ ହେବ ଓ ସୁପ୍ରିମୋ ଯାହା ନିର୍ଦ୍ଦେଶ ଦେବେ ସେଇ ଅନୁସାରେ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ପ୍ରମିଳା କହିଛନ୍ତି । ସେପଟେ ବିରୋଧୀ ଦୀପାଳିଙ୍କ ବିରୋଧରେ କାହାକୁ ପ୍ରାର୍ଥୀ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.