Latest Odisha News

BREAKING NEWS

ଇଡି ଜାଲରେ କ୍ରିପ୍ଟୋ ଫାର୍ମ ୱାଜିରଏକ୍ସ

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସି ଏକ୍ସଚେଂଜ ମାଧ୍ୟମରେ ମୋଟା ଲାଭ କମାଉଥିବା କେତେକ ସଂସ୍ଥା ଉପରେ ଇଡି ଏବେ ନଜର ପକାଇଛି । ୱାଜିରଏକ୍ସ ନାମକ ଏକ କମ୍ପାନୀର ୬୪.୬୭ କୋଟି ଟଙ୍କା ଥିବା ବ୍ୟାଙ୍କ ଖାତା ଫ୍ରିଜ କରାଯାଇଛି । ଏହି କମ୍ପାନୀ ଚୀନରୁ ଫଣ୍ଡ ଆଣିଥିବା ଅଭିଯୋଗ ହୋଇଛି । ପିଏଲଏଲଏ ଅନୁସାରେ ମେସର୍ଜ ଜନାମୀ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ ଏହି କମ୍ପାନୀ ପରିଚାଳନା କରୁଛନ୍ତି । ୱିଜିରଏକ୍ସ କ୍ଲାଉଡ ସଫ୍ଟୱେୟାର ମାଧ୍ୟମରେ ଏହାକୁ ସଂଚାଳିତ କରୁଥିଲା । କାର୍ଯ୍ୟାଳୟରେ ୨ଟି ଚୌକି ପଡିଥିବା ବେଳେ ଏହାର କର୍ମଚାରୀମାନେ ଘରୁ ଅନଲାଇନରେ ଏହି କାର୍ଯ୍ୟ କରୁଥିଲେ । ଟେଲି କଲର୍ସ ମାଧ୍ୟମରେ ଗ୍ରାହକଙ୍କୁ ଲୋନ ଦେଇ ହଇରାଣ କରିବା ଅଭିଯୋଗ ମଧ୍ୟ ଏହି ସଂସ୍ଥା ନାମରେ ପୂର୍ବରୁ ଆସିଥିଲା । ଚୀନରୁ ଆସୁଥିବା ଫଣ୍ଡର ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.