Latest Odisha News

BREAKING NEWS

ବିଜେଡିରୁ ଆଉ ୨ ନେତା ସସପେଣ୍ଡ

ଭୁବନେଶ୍ୱର: ଆକ୍ସନମୁଡରେ ବିଜେଡି । ବିଶୃଙ୍ଖଳିତ ନେତାଙ୍କ ଉପରେ ପଡୁଛି ଶୃଙ୍ଖଳା ଛାଟ । ଦଳ ବିରୋଧୀ କାମ ପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏନଏସିର ଦୁଇ ଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରିଛି ବିଜେଡି । ସେମାନେ ହେଲେ ନିହାର ହୋତା ଓ ସନ୍ତୋଷ ହୋତା ।

ସେମାନଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ପୌର ନିର୍ବାଚନ ବେଳେ ଦଳ ବିରୋଧୀ କାମରେ ଲିପ୍ତ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ବିଜେଡି ।

ପୂର୍ବରୁ କେନ୍ଦୁଝର ଜିଲ୍ଲା ବିଜେଡି ଉପସଭାପତି ରବୀନ୍ଦ୍ର କୁମାର ଦାସ ଓ କଟକ ସଦର ବିଜୁ ଯୁବ ଜନତା ଦଳ ସଭାପତି ମଞ୍ଜିତ ଦାସଙ୍କୁ ବି ଦଳ ବିରୋଧୀ କାମ ପାଇଁ ସସପେଣ୍ଡ କରାଯାଇଥିଲା ।

Comments are closed, but trackbacks and pingbacks are open.