Latest Odisha News

BREAKING NEWS

ରାଜ୍ୟସଭାରେ ତିନି ତଲାକ୍ ବିଲକୁ ବିଜେଡି ଦେବ ସମର୍ଥନ

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ଦିନ ଏହା ରାଜ୍ୟସଭାରେ ଆଗତ ହେବାନେଇ ସମ୍ଭାବନା ରହିଛି । ଗୃହରେ କେନ୍ଦ୍ରସରକାର ଆଜି ଏହି ବିଧେୟକ ଆଣିବାକୁ ଯାଉଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଏହି ବିଲକୁ ବିଜେଡି ସମର୍ଥନ ଦେଇପାରେ । ଏନେଇ ଦଳର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେହେତୁ ଲୋକସଭାରେ ବିଜେପି ସରକାରଙ୍କ ସଂଖ୍ୟା ଗରିଷ୍ଠତା ରହିଥିବା ହେତୁ ବିଲଟି ଲୋକସଭାରେ ପାରିତ ହୋଇସାରିଛି । କିନ୍ତୁ ଏହି ବିଲଟି ରାଜ୍ୟସଭାରେ ଆଜି ଆଗତ ହେବାକୁ ଥିବାବେଳେ ସହଯୋଗୀ ଦଳ ଜେଡିୟୁ ମଧ୍ୟ ବିଲ୍ ବିପକ୍ଷରେ ଭୋଟ୍ ଦେବ ବୋଲି ସମ୍ୟକ୍ ସୂଚନା ମିଳିଛି ।

ଏହି ବିଲରେ ଏକକାଳୀନ ଜଣେ ମୁସଲିମ୍ ମହିଳାଙ୍କୁ ସ୍ୱାମୀ ଜଣକ ୩ଥର ତଲାକ କହି ଛାଡପତ୍ର ଦେବାକୁ ଏକ ଅପରାଧ ବୋଲି କୁହାଯାଉଛି । ବିଲରେ ଦୋଷୀଙ୍କୁ ୩ବର୍ଷ ଯାଏଁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.