Latest Odisha News

BREAKING NEWS

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପାନ-ଗୁଟଖା ମନା, ଧରାପଡ଼ିଲେ ୫୦୦ ଟଙ୍କା ଜୋରିମାନା

ପୁରୀ: ଏବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିସର ମଧ୍ୟ କୌଣସି ବ୍ୟକ୍ତି ଯଦି ପାନ ବା ଗୁଟଖା ଖାଉଥିବାର ଧରାପଡ଼ନ୍ତି ତେବେ ସେମାନଙ୍କୁ ଦଣ୍ଡିତ ହେବାକୁ ପଡ଼ିବ ।

ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ଏସପି ଉମାଶଙ୍କର ଦାସ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।

ଏହି ବୈଠକପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ମନ୍ଦିର ପରିସରରେ ସ୍ୱଚ୍ଛତା ଓ ପବିତ୍ରତା ବଜାୟ ରଖିବାଲାଗି ପରିଚାଳନା କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛି ।

“ଏବେ ଯେକୌଣସି ବ୍ୟକ୍ତି ଯଦି ଶ୍ରୀମନ୍ଦିର ପରିସର ମଧ୍ୟରେ ପାନ ବା ଗୁଟଖା ଖାଉଥିବାର ଧରାପଡ଼ନ୍ତି ତେବେ ତାଙ୍କୁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ । ଏହି ନୂଆ ନିୟମ ଅଗଷ୍ଟ ୧ ତାରିଖଠାରୁ ଲାଗୁ ହେବ,” ବୋଲି ସେ ସୂଚନାଦେଇ କହିଛନ୍ତି ।

Leave A Reply

Your email address will not be published.