Latest Odisha News

BREAKING NEWS

ଶ୍ରୀମନ୍ଦିର ଆନନ୍ଦ ବଜାରରେ ଏବେ ପୁଣି ମିଳିବ ‘ଟଙ୍କ ତୋରାଣୀ’

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଆନନ୍ଦ ବଜାରରେ ଭକ୍ତମାନେ ଖୁବଶୀଘ୍ର ପାଇପାରିବ ମହାପ୍ରଭୁଙ୍କ ‘ଟଙ୍କ ତୋରାଣୀ’ ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ)ର କାର୍ଯ୍ୟକାରୀ ବୈଠକରେ ସୋମବାର ଦିନ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ବିଶେଷତଃ ମନ୍ଦିର ପ୍ରଶାସନ ୨୦୧୭ ମସିହାରୁ ଆନନ୍ଦ ବଜାରରେ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା ।

ଦହି, ପାଣି, ଚାଉଳ, ଲେମ୍ବୁ ପତ୍ର ଓ କଞ୍ଚାଲଙ୍କାର ମିଶ୍ରଣରେ ଟଙ୍କତୋରାଣୀ ପ୍ରସ୍ତୁତ ହୋଇଥାଏ ।

ପ୍ରାପ୍ତ ସୂଚନାନୁଯାୟୀ ସୁଆର ଓ ମହାସୁଆର ନିଯୋଗ ସହ ଆଲୋଚନା ପରେ ମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Leave A Reply

Your email address will not be published.