Latest Odisha News

BREAKING NEWS

ବାଲିମେଳା ଜଳଭଣ୍ଡାରରେ ଅଘଟଣ, ଡଙ୍ଗା ବୁଡି ଜଣେ ନିଖୋଜ

କାଲିମେଳା: ବୁଡ଼ିଗଲା ଦେଶୀ ଡଙ୍ଗା, ଜଣେ ନିଖୋଜ। ବାଲିମେଳା ଜଳଭଣ୍ଡାରରେ ଅଘଟଣ । ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ରାମଗୁଡା ଗାଁର ୪୭ ବର୍ଷିୟ ରାମଚନ୍ଦ୍ର ମୁଦୁଲି ।

ସୂଚନା ଅନୁସାରେ, ଗତକାଲି ରାମଚନ୍ଦ୍ର ଗାଁକୁ ଦେଶୀ ଡଙ୍ଗା ସାହାଯ୍ୟରେ ଫେରୁଥିବାବେଳେ ବାଲିମେଳା ଜଳଭଣ୍ଡାରରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା । ଫଳରେ ଡଙ୍ଗାରେ ବସିଥିବା ରାମଚନ୍ଦ୍ର ଘଟଣାସ୍ଥଳରୁ ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକ ରାତିତମାମ ବହୁ ଖୋଜିବା ପରେ ମଧ୍ୟ ତାଙ୍କର ପତ୍ତା ମିଳିନଥିଲା । ଖବରପାଇ ଆଜି ସକାଳୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛି । କିନ୍ତୁ ଏପର୍ଯ୍ୟନ୍ତ ରାମଚନ୍ଦ୍ରଙ୍କର କୌଣସି ପତ୍ତା ମିଳିନି ।

Leave A Reply

Your email address will not be published.