Latest Odisha News

BREAKING NEWS

ଅଗଷ୍ଟ ୮ରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଚର୍ଚ୍ଚା, ୧୦ରେ ପ୍ରଧାନମନ୍ତ୍ରୀ ରଖିବେ ଜବାବ; ପ୍ରସ୍ତାବକୁ ବିରୋଧ କରିବ ବିଜେଡି

ନୂଆଦିଲ୍ଲୀ: ବିରୋଧି ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ସଂସଦରେ ଅଗଷ୍ଟ ୮ ତାରିଖ ଆଲୋଚନା ଆରମ୍ଭ ହେବ । ଏହା ପରେ ଅଗଷ୍ଟ୯ କିମ୍ବା ୧୦ରେ  ଚର୍ଚ୍ଚା ହେବ । ଅଗଷ୍ଟ ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଉପରେ ଜବାବ ରଖିବେ ।

BjdElectrycity

ସଂସଦରେ ବିରୋଧୀ ଦଳର ନୋ-ଟ୍ରଷ୍ଟ ମୋସନ ଆଣିଲେ ବିଜେଡି ଏହାକୁ ବିରୋଧ କରିବ । ଏ ନେଇ ବିଜେଡି ସାଂସଦ ସସ୍ମିତ ପାତ୍ର ଟୁଇଟ କରି ସୂଚନା ଦେଇଛନ୍ତି ।

ଏଠି କହି ରଖିବୁ, ବିରୋଧୀଙ୍କ ହଙ୍ଗାମାକୁ ନେଇ ଏଥର ମୌସୁମୀ ଅଧିବେଶନ ଠିକରେ ଚାଲି ପାରିନାହିଁ । ମଣିପୁରରେ ମେ’ ୩ ତାରିଖରୁ ଲାଗି ରହିଥିବା ହିଂସା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ରଖିବା ଏବଂ ଏହା ଉପରେ ଚର୍ଚ୍ଚା କରିବା ଦାବି ନେଇ ଅଡି ବସିଥିଲେ ବିରୋଧୀ । ବିରୋଧୀ ଦଳ ଚାହୁଁଥିଲେ ପ୍ରଧାନମନ୍ତ୍ରୀ ଜବାବ ରଖନ୍ତୁ ।

ଏହି କାରଣକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ଦେଇଥିଲା । ଏ ନେଇ କଂଗ୍ରେସ କହିଥିଲା, ସରକାରଙ୍କ ଉପରୁ ଲୋକଙ୍କର ଆସ୍ଥା ତୁଟି ଗଲାଣି । ଆମେ ଚାହୁଁଛୁ, ପ୍ରଧାନମନ୍ତ୍ରୀ ମଣିପୁର ହିଂସା ଉପରେ କିଛି କୁହନ୍ତୁ । ହେଲେ ସେ ଶୁଣୁ ନାହାନ୍ତି । ପ୍ରଧାନମନ୍ତ୍ରୀ ସଂସଦ ବାହାରେ ଆଲୋଚନା କରୁଛନ୍ତି, ହେଲେ ସଂସଦ ଭିତରେ କିଛି କହୁନାହାନ୍ତି ।

ସୂଚନାଥାଉ କି, ଯଦି କୌଣସି ବିରୋଧୀ ଦଳ ଅନୁଭବ କରନ୍ତି ଯେ, ସରକାରଙ୍କ ପାଖରେ ବହୁମତ ନାହିଁ କିମ୍ବା ସରକାର ଗୃହରେ ବିଶ୍ୱାସ ହରାଇଛନ୍ତି ତେବେ ସେ ତାଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିପାରିବ । ସମ୍ବିଧାନର ଅନୁଚ୍ଛେଦ-୭୫ ଅନୁସାରେ ଯଦି ଗୃହରେ ବହୁମତ ନ ଥାଏ ତେବେ ପ୍ରଧାନମନ୍ତ୍ରୀଙ୍କ ସମେତ ପୁରା ମନ୍ତ୍ରୀ ପରିଷଦକୁ ଇସ୍ତଫା ଦେବାକୁ ହେବ

Leave A Reply

Your email address will not be published.