Latest Odisha News

BREAKING NEWS

ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମଙ୍କନ ଭରିଲେ ବିଜେଡି ଓ ବିଜେପି ପ୍ରାର୍ଥୀ

ସୁବର୍ଣ୍ଣପୁର: ବିରାଟ ପଟୁଆର ସମର୍ଥକଙ୍କ ମେଳିରେ ନାମାଙ୍କନ ଭରିଲେ ନେତା । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମଙ୍କନ ପତ୍ର ଦାଖଲ କେଲେ ବିଜେଡି ଓ ବିଜେପି ବିଧାୟକ ପ୍ରାର୍ଥୀ । ପ୍ରଥମେ ବିଜେଡି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପୂଝାରୀ ନିଜର ସମର୍ଥକଙ୍କ ସହିତ ସୋନପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ସେହିପରି ଭାବରେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର ମଧ୍ୟ ନିଜର ସମର୍ଥକଙ୍କ ସହିତ ଆସି ନାମାଙ୍କନ ଦାଖଲ କରିଛନ୍ତି । ଗତକାଲୀ ନିରଞ୍ଜନ ନିଜର ହଜାର ହଜାର ସମର୍ଥକଙ୍କ ସହ ସହରରେ ଶୋଭାଯାତ୍ରା ମଧ୍ୟମରେ ଶକ୍ତି ପ୍ରଦର୍ଶନ କରିଥିଲେ ।

ଠିକ୍ ସେହିପରି ଆଜି ବିଜେପି ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର ଓ ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ସଙ୍ଗିତା କୁମାରୀ ସିଂଦେଓ ମଧ୍ୟ ଏକ ସୁସଜ୍ଜିତ ଗାଡି ସହିତ ନିଜର କର୍ମୀ ମାନଙ୍କ ସହ ବାଇକ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ବିଜେଡି ବିଧାୟକ ପ୍ରାର୍ଥୀ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ଓ ବିଜେପି ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା କୁ ନେଇ ଆଗାମୀ ଦିନରେ ଭୋଟ୍ ଭିକ୍ଷା କରିବେ ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ।

 

Leave A Reply

Your email address will not be published.