Latest Odisha News

BREAKING NEWS

କୂଆ ପଥର ମାଡରେ ବିମାନର ଜରୁରୀ ଅବତରଣ

ଭୁବନେଶ୍ବର: କୂଆ ପଥର ମାଡ ଯୋଗୁ ବିମାନର ଜରୁରୀ ଅବତରଣ । ଉଡାଣ  କରିବାର ଅଳ୍ପ ସମୟ ପରେ ଓ୍ବିଣ୍ଡ ସିଲଡ ଭାଙ୍ଗିବାରୁ ବିମାନର ଜରୁରି ଅବତରଣ କରାଯାଇଛି। ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ୧.୪୫ ରେ ଉଡାଣ ଭରିଥିଲା ବିମାନ ।

କିନ୍ତୁ ଏହାର ୧୦ ମିନିଟ୍‌ ପରେ କୁଆପଥର ବର୍ଷା ଯୋଗୁ ଓ୍ବିଣ୍ଡ ସିଲଡ ଭାଙ୍ଗିଯିବାରୁ ଭୁବନେଶ୍ବର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ କରାଯାଇଛି । ବିମାନରେ ଥିବା ୧୭୦ ଯାତ୍ରୀ ସୁସ୍ଥ ଥିବା ବେଳେ  ଅନ୍ୟଏକ ବିମାନ ଯୋଗେ ତାଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଯିବାର ଉଦ୍ୟମ ଜାରି ରହିଥିବା ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.