Latest Odisha News

BREAKING NEWS

ସୁପ୍ରିମକୋର୍ଟରେ ପହଞ୍ଚିଲା କୋଭିଶିଲ୍ଡର ସାଇଡ୍ ଇଫେକ୍ଟ ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଲା କୋଭିଶିଲ୍ଡର ସାଇଡ୍‌ ଇଫେକ୍ଟ ମାମଲା । ଓକିଲ ବିଶାଲ ତିୱାରୀ କୋଭିଶିଲ୍ଡ ଟିକା ମାମଲା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । କୋଭିଶିଲ୍ଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଏହାର ବିପଦର ଅନୁସନ୍ଧାନ ପାଇଁ ପୂର୍ବତନ ଡାଇରେକ୍ଟରଙ୍କ ଅଧ୍ୟକ୍ଷତାରେ ଏକ ମେଡିକାଲ୍ ଏକ୍ସପର୍ଟ ପ୍ୟାନେଲ୍ ଗଠନ କରିବାକୁ ସେ ଦାବି କରିଛନ୍ତି । ଏହା ବ୍ୟତୀତ ଲୋକମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରିବାକୁ ମଧ୍ୟ ଦାବି କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଓକିଲ ବିଶାଲ ତିୱାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଯେ, “ଭାରତରେ କୋଭିଶିଲ୍ଡର ୧୭୫ କୋଟିରୁ ଅଧିକ ଡୋଜ ଦିଆଯାଇଛି । କୋଭିଡ-୧୯ ପରେ ହୃଦଘାତ ଏବଂ ଅଚାନକ ବେହୋସ ହୋଇ ମୃତ୍ୟୁ ବରଣ କରିଥିବା ମାମଲାରେ ବୃଦ୍ଧି ପାଇଛି । ଯୁବଗୋଷ୍ଠିଙ୍କ ଭିତରେ ମଧ୍ୟ ହୃଦଘାତ ହେବାର ଘଟଣା ମଧ୍ୟ ସାମ୍ନାକୁ ଆସିଛି । କୋର୍ଟରେ ଉପସ୍ଥାପିତ ଦଲିଲଗୁଡିକରେ କମ୍ପାନୀ ପ୍ରଥମ ଥର ପାଇଁ ସ୍ୱୀକାର କରିଛି ଯେ କୋଭିଡ -୧୯ ଟିକା ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ, କିନ୍ତୁ ଏଭଳି ମାମଲା ସଂଖ୍ୟା ବହୁତ କମ ବୋଲି ଦାବି କରାଯାଇଛି । କରୋନା ସମୟରେ ଯେଉଁମାନେ ଏହି ଟିକା ନେଇଛନ୍ତି ସେମାନଙ୍କ ଠାରେ ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇପାରେ ବୋଲି କିଛି ଦିନ ପୂର୍ବେ ଆଣ୍ଟି କୋଭିଡ-୧୯ ଟିକା କୋଭିଶିଲ୍ଡ ତିଆରି କିରଥିବା କମ୍ପାନୀ ଆଷ୍ଟ୍ରାଜେନିକା ସ୍ୱୀକାର କରିଥିଲା।

ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେକା କୋଭିଡ ଟିକା କୋଭିଶିଲ୍ଡ ଏବଂ ଭାକ୍ସାଭେରିଆ ସମେତ ଅନେକ ନାମରେ ବିକ୍ରି ହୋଇଥିଲା । ବର୍ତ୍ତମାନ ଏହି ଟିକା ଦ୍ୱାରା ମୃତ୍ୟୁ ସମେତ ଅନେକ ଗୁରୁତର ରୋଗ ସମ୍ପର୍କରେ ଆଷ୍ଟ୍ରା ଜେନେକା ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହାୟତାରେ ବିକଶିତ ହୋଇଥିବା ଟିକାରେ କମ୍ପାନୀ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ରଖିଥିବା ଅଭିଯୋଗ ହୋଇଛି । ଏହି ଟିକାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଆଷ୍ଟ୍ରାଜେନେକା ମଧ୍ୟ ଏନେଇ ବ୍ରିଟେନର ଏକ କୋର୍ଟରେ ତଥ୍ୟ ଦାଖଲ କରିବା ସହ ଅଭିଯୋଗର ସତ୍ୟତାକୁ ସ୍ୱୀକାର କରିଛି ।

Leave A Reply

Your email address will not be published.