Latest Odisha News

ନିର୍ବାଚନ ପ୍ରଚାରରେ ଓହ୍ଲାଇବାକୁ ବିଜେପିର ପ୍ରସ୍ତୁତି ଚୂଡ଼ାନ୍ତ

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର କରିବା ଲାଗି ବିଜେପି ନିଜକୁ ଏକପ୍ରକାର ପ୍ରସ୍ତୁତ କରିସାରିଛି । ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବା ଲାଗି ରାଜ୍ୟ କାର୍ଯ୍ୟାଳୟରେ ୧ମ ଓ ୨ୟ ପର୍ଯ୍ୟାୟ ବିଧାନସଭା ଏବଂ ଲୋକସଭା ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇସାରିଛି ।

ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର ଉତ୍ସବରେ ଦଳର ବରିଷ୍ଠ ନେତାମାନେ ପ୍ରଚାରକାର୍ଯ୍ୟରେ ବ୍ୟବହୃତ ହେବାକୁ ଥିବା ବିଭିନ୍ନ ନିର୍ବାଚନୀ ସାମଗ୍ରୀ, ପୋଷ୍ଟର ଓ ମ୍ୟୁଜିକ୍ ସିଡ଼ିକୁ ଉନ୍ମୋଚନ କରିଛନ୍ତି । ଏହାକୁ ଭୋଟରଙ୍କ ନିକଟରେ ପହଞ୍ଚାଇ ନିର୍ବାଚନ ପଚାରକୁ ସରଗରମ କରାଯିବ ।

ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଦଳର ପ୍ରଭାରୀ ଅରୁଣ ସିଂହ, ବିଶ୍ୱ ଭୂଷଣ ହରିଚନ୍ଦନ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ଦାମୋଦର ରାଉତ, ବିଜୟ ମହାପାତ୍ର ଏବଂ ଦଳର ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.