Latest Odisha News

BREAKING NEWS

ଓଡ଼ିଶାର ୨ୟ ପର୍ଯ୍ୟାୟ ଭୋଟ ରଣାଙ୍ଗନରେ ୨୯୮ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ

ଭୁବନେଶ୍ୱର : ଏପ୍ରିଲ୍ ୧୮ ତାରିଖରେ ହେବାକୁ ଥିବା ଓଡିଶାର ୨ୟ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲାଗି ମୋଟ୍ ୨୯୮ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାର ଗୁରୁବାର ଦିନ କହିଛନ୍ତି, ୨ୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାୟ ୪୫ ଜଣ ଆଶାୟୀ ପ୍ରାର୍ଥୀ ୫ଟି ଲୋକସଭା ଆସନ ଲାଗି ଏବଂ ୩୫ ବିଧାନସଭା ଆସନ ଲାଗି ୨୯୯ ଜଣ ନାମାଙ୍କନ ଦାଖଲ କରିଛିନ୍ତି । ପ୍ରାର୍ଥୀପତ୍ର ଯାଞ୍ଚ ବେଳେ ଲୋକସଭା ଓ ବିଧାନସଭା ଆସନ ଲାଗି ଯଥାକ୍ରମେ ୩୭ ଜଣ ଓ ୨୬୧ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ରହିଛି ।

ସେହିପରି ମାର୍ଚ୍ଚ ୨୬ ଓ ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଦାଖଲ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଯାଞ୍ଚ ବେଳେ ୪ଟି ଲୋକସଭା ସିଟ୍ ଲାଗି ୩୦ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୮ ଜଣ ଏବଂ ୨୮ଟି ବିଧାନସଭା ଆସନ ଲାଗି ୨୪୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ମଧ୍ୟରୁ ପ୍ରାୟ ୨୦୩ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ବୈଧ ରହିଥିବା ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.