Latest Odisha News

ଆଜି ଦିଲ୍ଲୀରେ ବସିବ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ

ଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ରାଜନାଥ ସିଂ , ଅମିତ ଶାହ , ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ୧୫ ଜଣ ସଦସ୍ୟ ସାମିଲ ହେବେ । ଚଳିତବର୍ଷ ଶେଷ ଆଡକୁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି  । ତେଣୁ ଏହାର ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ମଧ୍ୟପ୍ରଦେଶ , ଛତିଶଗଡ , ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଦଳ ଦୁର୍ବଳ ଥିବା ଆସନରେ କିଭଳି ମଜବୁତ ହେବ ସେ ନେଇ ବିଚାର ବିମର୍ଶ ହେବ  । ଏଥିସହ ପ୍ରାର୍ଥୀ ବାଛିବା ଓ ପ୍ରଚାରଣ ରଣନୀତି ନେଇ ଆଲୋଚନା ହେବ ।

ସାଧାରଣତଃ ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥାଏ  ।  ତେବେ ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିର ସ୍ଥିତି ମଜବୁତ ରହିଛି । ଯାହାକୁ ଦେଖି ଦଳ ନିର୍ବାଚନ ପୂର୍ବରୁ  ଆଗୁଆ ପ୍ରାର୍ଥୀ ଘୋଷଣା ନେଇ ବୈଠକରେ ଚର୍ଚ୍ଚା କରିପାରେ  । ଆଜିର ବୈଠକରେ ମଧ୍ୟପ୍ରଦେଶର ୬୦ରୁ ୭୦ ଆସନ ଏବଂ ଛତିଶଗଡର ୩୦ରୁ ୪୦ ଆସନ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.