Latest Odisha News

ବାଲେଶ୍ଵର ବନବିଭାଗକୁ ବଡ ସଫଳତା: ୨୫ ନାଗ ସାପ ଉଦ୍ଧାର ସହ ରାକେଟର କଲା ପର୍ଦ୍ଦାଫାସ

ବାଲେଶ୍ଵର: ବାଲେଶ୍ଵର ବନବିଭାଗକୁ ବଡ ସଫଳତା । ସାପ ବିଷ ରାକେଟର କଲା ପର୍ଦ୍ଦାଫାସ । ୨୫ଟି ନାଗ ସାପ ଉଦ୍ଧାର ସହ ୩ଜଣଙ୍କୁ ବାନ୍ଧିଲା ପୋଲିସ । ବାଲେଶ୍ଵର ବନଖଣ୍ଡ ବାଲିଆପାଳ ବ୍ଲକ୍ ପଞ୍ଚପଲ୍ଲୀରୁ ରେଡ୍ ବେଳେ ଉଦ୍ଧାର ।

ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ନେକ ହେଲ୍ପ ଲାଇନ୍ ସହ ବନବିଭାଗ ପଞ୍ଚପଲ୍ଲୀରେ ପହଞ୍ଚିଥିଲା । ରେଡ ସମୟରେ ୨୫ଟି ନାଗ ସାପ ସହ ଘଟଣାସ୍ଥଳରୁ ୩ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଗିରଫ ଅପରାଧୀଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି । ସାପ ଚାଲାଣ ପାଇଁ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ପେଡ଼ିକୁ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି।  ତେବେ ଏହି ଘଟଣାରେ ଆହୁରି ବହୁ ଲୋକ ସାମିଲ ଥିବା ସହ ରାଜ୍ୟ ବାହାରକୁ ରାକେଟର ଚେର ଲମ୍ବିଥିବା ନେଇ ସନ୍ଦେହ କରାଯାଉଛି । ଅଧିକ ତଦନ୍ତ ପାଇଁ ଖୋଳତାଡ ଆରମ୍ଭ କରିଛି ବନବିଭାଗ।

Leave A Reply

Your email address will not be published.