Latest Odisha News

BREAKING NEWS

୫ ରାଜ୍ୟ ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି ୩୪୦ କୋଟି

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଚୁର ପରିମାଣର ଅର୍ଥ ବିଭିନ୍ନ ଦଳ ଖର୍ଚ୍ଚ କରିଛନ୍ତି । ତେବେ ବିଜେପି ସର୍ବାଧିକ ୩୪୦ କୋଟି ଟଙ୍କା ଖର୍ଚ୍ଚ କର ଆଗରେ ରହିଛି । ପାର୍ଟି ପକ୍ଷରୁ ଏ ନେଇ ନିର୍ବାଚନ ଆୟୋଗ ନିକଟରେ ଦାଖଲ କରାଯାଇଥିବା ରିପୋର୍ଟରୁ ଏହା ଜଣାପଡିଛି । କଂଗ୍ରେଦ ୧୯୪କୋଟିରୁ ଅଧିକ ଖର୍ଚ୍ଚ କରି ଦ୍ୱିତୀୟ ସ୍ଥାନରେ ରହିଛି । ଉତରପ୍ରଦେଶ, ମଣିପୁର, ଗୋଆ, ଉତରାଖଣ୍ଡ ଓ ପଞ୍ଜାବରେ ଏହି ନିର୍ବାଚନ ଆୟୋଜନ ହୋଇଥିଲା ।

ୟୁପିରେ ବିଜେପି ସର୍ବାଧିକ ୨୨୧ କୋଟି, ମଣିପୁର ୨୩, ଉତରାଖଣ୍ଡ ୪୩.୬୭, ପଞ୍ଜାବ ୩୬ ଓ ଗୋଆରେ ୧୯ କୋଟି ଦଳ ଖର୍ଚ୍ଚ କରିଛି । ବିଜେପି ଏବଂ କଂଗ୍ରେସ ମାନ୍ୟତା ପ୍ରାପ୍ତ ଦଳ ହୋଇଥିବାରୁ ସମସ୍ତ ନିର୍ବାଚନ ଖର୍ଚ୍ଚର ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ।

Leave A Reply

Your email address will not be published.