Latest Odisha News

BREAKING NEWS

ବିଜେପିର ୯୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଆଗାମୀ ୨୦୧୯ ଓଡ଼ିଶା ବିଧାନସଭା ନିର୍ବାଚନ ଲାଗି ବିଜେପି ୯୯ଟି ଆସନରେ ପ୍ରାର୍ଥୀ ଚୟନ କରି ଘୋଷଣା କରିଛି । ଏହି ୯୯ଟି ପ୍ରାର୍ଥୀ ତାଲିକାରେ କିଛି ନୂଆ ମୁହଁ ଦେଖିବାକୁ ମିଳିଥିବା ବେଳେ ଅନେକ ପୁରୁଖା ନେତା ଏହି ତାଲିକାରେ ଅନ୍ତଭୃକ୍ତ ମଧ୍ୟ ହୋଇଛନ୍ତି ।

ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ କରାଯାଇଛି। ଏହି ପରି କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ବିଧାୟକ ପ୍ରକାଶ ବେହେରାଙ୍କୁ ତାଙ୍କରି ସାଲେପୁର ବିଧାନସଭାରେ ପ୍ରାର୍ଥୀ କରାଯାଇଛି। ଏହା ପୂର୍ବରୁ ଓଡ଼ିଶାରୁ ଦଶ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିଲା ।

ଭୁବନେଶ୍ଵର ମଧ୍ୟରୁ ଜଗନ୍ନାଥ ପ୍ରଧାନ, ଭୁବନେଶ୍ଵର ଏକ୍ରାମରେ ବାବୁ ସିଂହଙ୍କୁ ଟିକେଟ୍ ମିଳିଛି। ଏହି ପରି ବ୍ରହ୍ମଗିରିରୁ ଲଳିତେନ୍ଦୁ ବିଦ୍ୟାଧର, ବାରବାଟୀ କଟକରୁ ସମୀର ଦେ, କଟକ ଚୌଦ୍ଵାରରୁ ନୟନ କିଶୋର ମହାନ୍ତି, ରଣପୁରରୁ ସୁରମା ପାଢୀ, ଖଣ୍ଡପଡାରୁ ସିଦ୍ଧାର୍ଥ ସିଂହ ମର୍ଦ୍ଦରାଜ, ନୟାଗଡରୁ ଇରାନୀ ରାୟ, ନିମାପଡାରୁ ପ୍ରଭାତି ପରିଡା, ପାରଳାଖେମୁଣ୍ଡିରୁ କେ ନାରାୟଣ ରାଓଙ୍କୁ ଟିକେଟ୍ ମିଳିଛି ।

ସେହି ପରି ପଦ୍ମପୁରରୁ ବର୍ତ୍ତମାନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ, ବରଗରଡୁ ଅଶ୍ଵିନି ଷଡ଼ଙ୍ଗୀ, ଅତାବିରାରୁ ମିଲନ ସେଠ୍, ବ୍ରଜରାଜନଗରରୁ ରାଧାରାଣୀ ପଣ୍ଡା, ତଳସରାରୁ ଭବାନୀ ଭୋଇ, ସୁନ୍ଦରଗରରୁ ବିଜେଡି ଛାଡି ବିଜେପିରେ ମିଶିଥିବା କୁସୁମ ଟେଟେ, ବୀରମୁତ୍ରପୁରରୁ ଶଙ୍କର ଓରାମ, ରଘୁନାଥପଲ୍ଲୀରୁ ଜଗବନ୍ଧୁ ବେହେରା, ରାଉରକେଲାରୁ ନିହାର ରାୟ, ରାଜଗାଙ୍ଗପୁରରୁ ନରସିଂହ ମିଞ୍ଜ, ବଣାଇରୁ ଅନିଲ ବାର୍ଲା, କୁଚିଣ୍ଡାରୁ ରବି ନାରାୟଣ ନାୟକ, ରେଙ୍ଗାଲିରୁ ନାଉରୀ ନାୟକ, ସମ୍ବଲପୁରରୁ ଜୟନାରାୟଣ ମିଶ୍ର , ତେଲକୋଇରୁ ଦୁର‌୍ୟୋ ଧନ ସିଦ୍ଧୁ, ଘସିପୁରାରୁ ପୃଥ୍ଵୀରାଜ କୁଅଁରଙ୍କୁ ଦଳ ଟିକେଟ୍ ଦେଇଛି ।

ସେହିପରି ଚିକିଟିରୁ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ବିଷମକଟକରୁ ଶିବଶଙ୍କର ଉଲାକା, ଆନନ୍ଦପୁରରୁ ଭାଗିରାଥୀ ସେଠୀ, ପାଟଣାରୁ ଭବାନୀ ଶଙ୍କର ନାୟକ, କେନ୍ଦୁଝରରୁ ମୋହନ ମାଝୀ, ଯଶୀପୁରରୁ ଗଣେଶରାମ ଖୁଣ୍ଟିଆ, ସାରସକଣାରୁ ବୁଧନ ମୁର୍ମୁ, ବାଙ୍ଗିରିପୋଷିରୁ ସୁକୁଦ ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବୁ, ଉଦଳାରୁ ଭାସ୍କର ମଢେଇ, ବଡସାହିରୁ ସନାତନ ବିଜୁଳି, ବାରିପଦାରୁ ପ୍ରକାଶ ସୋରେନଙ୍କ ପ୍ରାର୍ଥୀ କରାଯାଇଛି ।

ଏହି ପରି ଜଳେଶ୍ଵରରୁ ଜୟନାରାୟଣ ମହାନ୍ତି, ବାଲେଶ୍ଵରରୁ ମନଦ ମୋହନ ଦତ୍ତ, ରେମୁଣାର ଗୋବିନ୍ଦ ଚନ୍ଦ୍ର ଦାଶ, ସୋରରୁ ରାକେଶ ମଲ୍ଲିକ, ବାସୁଦେବପୁରୁ ମାଧବାନନ୍ଦ ମଲ୍ଲିକ, ବିଞ୍ଝାରପୁରରୁ ବବିତା ମଲ୍ଲିକ, ବଡ଼ଚଣାରୁ ଅମର ନାୟକ, ଧର୍ମଶାଳାରୁ ତୁଷାର ପରିଡ଼ା, ଯାଜପୁରରୁ ଗୌତମ ରାୟ, କୋରେଇରୁ ବିଶ୍ଵଜିତ୍ ନାୟକ, ସୁକିନ୍ଦାରୁ ପ୍ରଦୀପ ବଳସାମନ୍ତଙ୍କୁ ଟିକେଟ୍ ଦିଆଯାଇଛି।

ଢେଙ୍କାନାଳରୁ କୃଷ୍ଣଚନ୍ଦ୍ର ପାତ୍ର, ହିନ୍ଦୋଳରୁ ଅଶୋକ ନାୟକ, କାମାକ୍ଷାନଗରରୁ ଶତ୍ରୁଘ୍ନ ଜେନା, ପର୍ଜଙ୍ଗରୁ ବିଭୁତି ପ୍ରଧାନ, ପାଲଲହଡାରୁ ଅଶୋକ ମହାନ୍ତି, ତାଳଚେରରୁ କାଳିନ୍ଦୀ ସାମଲ, ଅନୁଗୁଳରୁ ପ୍ରତାପ ପ୍ରଧାନ, ଛେଣ୍ଡିପଦାରୁ ଅଗସ୍ତି ବେହେରା, ଲୋଇସିଂହାରୁ ମୁକେଶ ମହାଲିଙ୍ଗ, ଟିଟିଲାଗଡ଼ରୁ ଅଶୋକ ଦୋରାଙ୍କୁ ମଇଦନାକୁ ବିଧାନସଭା ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଯାଇଛି ।

କଣ୍ଟାବାଜିରୁ ଲକ୍ଷ୍ମଣ ବାଗ୍, ଖଇରିଆରୁ ରୀତାରାଣୀ ବଗର୍ତ୍ତି, ଉମରକୋଟରୁ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରୁ ଗୌରୀ ମାଝୀ, ଲାଞ୍ଜିଗଡ଼ରୁ ରମେଶ ମାଝୀ, ଜୁନାଗଡ଼ରୁ ମନୋଜ ମେହେର, ଧର୍ମଗଡରୁ ଅନନ୍ତ ପ୍ରତାପ ଦେଓ, ନର୍ଲାରୁ ଅନିରୁଦ୍ଧ ପ୍ରଧାନ, ବାଲିଗୁଡାରୁ କରେନ୍ଦ୍ର ମାଝୀ, ଜି ଉଦୟଗିରିରୁ ଶ୍ରୀମତି ଅର୍ଚ୍ଚନା ପ୍ରଧାନ, କଣ୍ଟାମାଳରୁ କହ୍ନେଇ ଡାଙ୍ଗଙ୍କୁ ଟିକେଟ୍ ଦିଆଯାଇଛି ।

ଏହା ସହିତ ବୌଦ୍ଧରୁ ସୁଶାନ୍ତ ପ୍ରଧାନ, ବଡମ୍ବାରୁ ବିଜୟ କୁମାର ଦଳବେହେରା, କଟକ ସଦରରୁ ଦିଲ୍ଲୀପ ମଲ୍ଲିକ, ମାହାଙ୍ଗାରୁ ସାରଦା ପ୍ରଧାନ, ଆଳିରୁ ଦୋଳ ଗୋବିନ୍ଦ ନାୟକ, ରାଜଗାଙ୍ଗପୁରରୁ ଅଲେଖ ଜେନା, ଆଳିରୁ ଦୋଳ ଗୋବିନ୍ଦ ନାୟକ, ତିର୍ତ୍ତୋଲରୁ ପ୍ରଫେସର ରମାକାନ୍ତ ଭୋଇ, ଜଗତସିଂହପୁରରୁ ସତ୍ୟବ୍ରତ ମହାପାତ୍ର, କାକଟପୁରରୁ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରାଯାଇଛି ।

ସତ୍ୟବାଦୀରୁ ଓମ ପ୍ରକାଶ ମିଶ୍ର, ପିପିଲିରୁ ଆଶ୍ରିତ ପଟ୍ଟନାୟକ, ଖୋର୍ଦ୍ଧାରୁ କାଳୁ ଖଣ୍ଡାୟତ ରାୟ, ଚିଲିକାରୁ ପୃର୍ଥ୍ଵୀରାଜ ହରିଚନ୍ଦନ, ଭଞ୍ଜନଗରରୁ ପ୍ରଦ୍ୟମ୍ନ ନାୟକ, ପୋଲସରାରୁ ଗୋକୁଳାନନ୍ଦ ମଲ୍ଲିକ, ଖଲ୍ଲିକୋଟରୁ ଶ୍ରୀମତୀ ଭାରତୀ ବେହେରା, ସାନଖେମୁଣ୍ଡିରୁ ବିଜୟ ସ୍ଵାଇଁ, ଗୋପାଳପୁରରୁ ବିଭୂତି ଜେନା, ଲକ୍ଷ୍ମୀପୁରରୁ କୁମୁଡା ସାଉନ୍ତା, କୋଟପାଡରୁ ଖଗେଶ୍ଵର ପୂଜାରୀ, ପଟ୍ଟାଙ୍ଗୀରୁ ରାମଚନ୍ଦ୍ର ପାଙ୍ଗି, ମାଲକାନଗିରିରୁ ଆଦିତ୍ୟ ମାଢୀ, ରାଜଗାଙ୍ଗପୁରରୁ ଅଲେଖ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି ।

 

Leave A Reply

Your email address will not be published.