Latest Odisha News

BREAKING NEWS

ଓଡିଶା ଖଦି ବୋର୍ଡ ଦୁର୍ନୀତିକୁ ନେଇ ଗୃହରେ ହଙ୍ଗାମା, ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ (ଓକେଜିବି)ରେ ବ୍ୟାପକ ଅନୀୟମିତାକୁ ନେଇ ଓଡିଶା ବିଧାନସଭାରେ ବିରୋଧି ବିଜେପି ତୁମ୍ବିତୋଫାନ କରିଛି । ଏହି ଦୁର୍ନୀତିକୁ ନେଇ ବିଜେପି ତଦନ୍ତ ଦାବି କରିଛି ।

ଗୃହର ଶୂନ୍ୟକାଳ ସମୟରେ ଏହି ପ୍ରସଙ୍ଗକୁ ଉଠାଇବା ସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ଯେ, ମହୁଚାଷୀ ମାନଙ୍କୁ ତାଲିମ ପ୍ରଦାନ କରିବା ତଥା ମହୁମାଛି ବାକ୍ସ ପ୍ରଦାନ ଲାଗି କେନ୍ଦ୍ର ପକ୍ଷରୁ ଖଦି ବୋର୍ଡକୁ ପାଖାପାଖି ୮୬ କୋଟି ଟଙ୍କା ବିତ୍ତୀୟ ସହାୟତା ରାଶି ପ୍ରଦାନ କରାଯାଇଅଛି ।

ଶ୍ରୀ ନାୟକ ଆହୁରି ମଧ୍ୟ କହିଛନ୍ତି ଯେ ବିଗତ ୩ ବର୍ଷ ମଧ୍ୟରେ ୧୨ଶହ ମହୁ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇଅଛି । କିନ୍ତୁ ବୋର୍ଡ ପକ୍ଷରୁ ପ୍ରାୟ ୨,୪୮୦ ମହୁମାଛି ବାକ୍ସ ଦିଆଯାଇଛି ।

ଆହୁରି ମଧ୍ୟ କୋଟେସନ୍ ବାବଦରେ ପ୍ରତ୍ୟେକ ମହୁମାଛି ଚାଷୀଙ୍କ ଠାରୁ ହଜାର ଟଙ୍କା ବୋର୍ଡ ଦ୍ୱାରା ନିଆଯିବା କଥା । ମାତ୍ର ଏଥିଲାଗି ଚାଷୀଙ୍କ ଠାରୁ ୩୦ ହଜାର ଟଙ୍କା ସଂଗ୍ରହ କରାଯାଇଥିବା ନେଇ ଶ୍ରୀ ନାୟକ ଅଭିଯୋଗ କରିଛନ୍ତି । ଏଭଳି ଅନିୟମିତତାର ତୁରନ୍ତ ତଦନ୍ତ ନିର୍ଦ୍ଦେଶ ଲାଗି ସେ ବାଚସ୍ପତିଙ୍କୁ ଗୃହରେ ଅନୁରୋଧ କରିଥିଲେ ।

Leave A Reply

Your email address will not be published.