ଭୁବନେଶ୍ୱର: ନୟାଗଡ଼ ଯଦୁପୁର ପରୀ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହି ଘଟଣାରେ ତଦନ୍ତ ଦିଗହରା ହୋଇଛି । ଏହାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥାଙ୍କ ନାଁରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ ବୋଲି ଆଜି ବିଜେପି ପକ୍ଷରୁ ଆଯୋଜିତ ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ତଦନ୍ତ ପାଇଁ ଗଠିତ ଏସଆଇଟି ମୁଖ୍ୟ ପଦବୀରୁ ଅରୁଣ ବୋଥ୍ରାଙ୍କୁ ପ୍ରତ୍ୟାହାର କରିନିଆଯାଉ ବୋଲି ସେ ଦାବି କରିଛନ୍ତି ।
ଏଥି ସହ ଲେଖାଶ୍ପରୀ କହିଛନ୍ତି ଯେ, ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ର୍ୟାକେଟ ପଛରେ ବିଜେଡି ନେତାଙ୍କ ସଂପୃକ୍ତି ରହିଛି । ସେଥିପାଇଁ ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକକୁ ଓ ମନ୍ତ୍ରୀ ଅରୁଣ ସାହୁ ସୁରକ୍ଷା ଯୋଗାଇ ଚାଲିଛନ୍ତି । ମୁଖ୍ୟମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରୁନାହାଁନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ସିବିଆଇ ତଦନ୍ତ କଲେ ହିଁ ପରୀକୁ ନ୍ୟାୟ ମିଳିପାରିବ ବୋଲି ସେ କହିଛନ୍ତି ।
Comments are closed.