Latest Odisha News

BREAKING NEWS

ବଲିଉଡରେ ଡେବ୍ୟୁ କରିବେ ୟୁଟ୍ୟୁବର୍ କେରି ମିନାଟି

ମୁମ୍ବାଇ: ୟୁଟ୍ୟୁବର୍ କେରି ମିନାଟିଙ୍କ କଥା କିଏ ବା ନ ଜାଣେ । ଜଣେ ପ୍ରଖ୍ୟାତ ୟୁଟ୍ୟୁବର୍ ଭାବେ ସେ କେବଳ ଭାରତ ନୁହେଁ ବରଂ ବିଦେଶରେ ବି ବେଶ ଜଣାଶୁଣା । ସୋସିଆଲ ମିଡିଆରେ ସବୁବେଳେ ରୋକଠୋକ କଥା କହୁଥିବା କିମ୍ବା ଲୋକଙ୍କୁ ସମାଲୋଚନା କରୁଥିବା କେରି ମିନାଟି ଓରଫ ଅଜୟ ନାଗର ଖୁବଶୀଘ୍ର ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ।

ପ୍ରଥମ ଫିଲ୍ମରେ ହିଁ କେରି ମିନାଟିଙ୍କୁ ଦୁଇ ବଡ ଅଭିନେତାଙ୍କ ସହ ଅଭିନୟ କରିବାକୁ ସୁଯୋଗ ମିଳିବ । ଫିଲ୍ମ ମେ ଡେ’ରେ ସେ ଅମିତାଭ ଓ ଅଜୟଙ୍କ ସହ ଅନସ୍କ୍ରିନ୍ ସେୟାର କରିବେ । ଫିଲ୍ମର ସୁଟିଂ ଏବେ ହାଇଦ୍ରାବାଦରେ ଚାଲୁଥିବାବେଳେ ଏଥିରେ ରକୁଲ୍ ପ୍ରୀତ ସିଂ ଓ ଅଙ୍ଗିରା ଧୀରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ମିଳିଥିବା ରିପୋର୍ଟ ଅନୁଯାୟୀ କେରି ମିନାଟି ଫିଲ୍ମରେ ବି ଜଣେ ୟୁଟ୍ୟୁବର୍ ଭୂମିକାରେ ଦର୍ଶକଙ୍କୁ ଦେଖାଦେବେ । ଏହି ଫିଲ୍ମରେ ଅଭିନୟ ପାଇଁ ପ୍ରଯୋଜକ ମଙ୍ଗତ ପାଠକ କେରି ମିନାଟିଙ୍କୁ ପ୍ରସ୍ତାବ ଦେଇଥିଲେ । ଏପ୍ରିଲ ୨୯, ୨୦୨୨ରେ ଫିଲ୍ମଟି ରିଲିଜ ହେବାକୁ ଥିବାବେଳେ ଦେଖାଯାଉ ଜଣେ ରିୟଲ୍ ଲାଇଫ୍ ୟୁଟ୍ୟୁବର୍‌ଙ୍କୁ ଦର୍ଶକ ଫିଲ୍ମରେ କେତେଦୂର ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.