Latest Odisha News

BREAKING NEWS

ବିଜେପିକୁ ଟାର୍ଗେଟ କଲେ ମମତା, କହିଲେ ରାଜ୍ୟରେ ହିଂସା ଘଟାଇଛି ବିଜେପି

କୋଲକାତା: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲା ଏବଂ ଅନ୍ୟାନ୍ୟ ସ୍ଥାନରେ ରାମ ନବମୀ ସମୟରେ ଘଟିଥିବା ହିଂସାକୁ ନେଇ ତୃଣମୂଳ କଂଗ୍ରେସ ଏବଂ ବିଜେପି ପରସ୍ପରକୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ବିଜେପି ରାଜ୍ୟରେ ହିଂସା ସୃଷ୍ଟି କରିଛି ।

ତୃଣମୁଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ଯେ, ଆପଣ ଜାଣନ୍ତି ଯେ, ଗତକାଲି ପବିତ୍ର ରାମନବମୀ ଅବସରରେ ରାଜ୍ୟରେ ଯେଉଁ ଯେଉଁ ସ୍ଥାନରେ ହିଂସା ହୋଇଥିଲା ସେ ସବୁ ବିଜେପି କରିଥିଲା । ଏଥିରେ କିଛି ପୋଲିସ ମଧ୍ୟ ଆହତ ହୋଇଛନ୍ତି । ଜଣେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ମଧ୍ୟ ଫାଟିଯାଇଛି । ବିଜେପି ବିଧାୟକ ଦଳ ବଳପୂର୍ବକ ଆସି ଏହି ହିଂସା ଘଟାଇଥିଲେ । ସେପଟେ ବିଜେପି ଅଭିଯୋଗ କରିଛି ଯେ, ରାମ ନବମୀ ସମୟରେ ଟିଏମସି ଲୋକମାନେ ହିଁ ହିଂସା କରିଛନ୍ତି । ଆମେ ଏ ଘଟଣାର ତଦନ୍ତ ଏନଆଇଏ କରୁ ବୋଲି ଚାହୁଁଛୁ ।

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଶକ୍ତିପୁରରେ ରାମ ନବମୀ ଶୋଭାଯାତ୍ରାରେ ଘଟିଥିବା ବିସ୍ଫୋରଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ପୋଲିସ ଏ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.