Latest Odisha News

BREAKING NEWS

ବିଜେଡିର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ଭିକେ ପାଣ୍ଡିଆନ

ଭୁବନେଶ୍ବର: ବିଜେଡିର ନିର୍ବାଚନି ଇସ୍ତାହାର ପାଇଁ ଲୋକଙ୍କ ମତାମତ ମାଗିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ଚାଲିଥିବା ବେଳେ ଏକ ଭିଡିଓ ଜାରି କରି ଲୋକଙ୍କ ମତାମତ ମାଗିଛନ୍ତି ପାଣ୍ଡିଆନ ।

ଭିଡ଼ିଓରେ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ସବୁବେଳେ ଗୁରୁତ୍ୱ ଦିଅନ୍ତି । ଏ ସରକାର ଲୋକମାନଙ୍କ ସରକାର । ଆପଣମାନେ ଯାହା ଚାହିଁବେ ସେଇଆ ହେବ । ଓଡିଶାବାସୀଙ୍କ ମତାମତକୁ ଗୁରୁତର ସହ ମୁଖ୍ୟମନ୍ତ୍ରୀ ଗ୍ରହଣ କରିବେ । ଏନେଇ ଚଳିତ ଥର ଆପଣମାନଙ୍କ ମତାମତ ଅନୁସାରେ ବିଜେଡି ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ ।

ଏଥିପାଇଁ bjdmanifesto2024@gmail.comରେ ମତାମତ ଦେବାକୁ ଲୋକଙ୍କୁ ପାଣ୍ଡିଆନ ଅପିଲ କରିଛନ୍ତି ।

 

View this post on Instagram

 

A post shared by VK Pandian (@vkpandian.odisha)

Leave A Reply

Your email address will not be published.