Latest Odisha News

BREAKING NEWS

ରଥଯାତ୍ରା ବନ୍ଦକୁ ନେଇ ତେଜିଲା ରାଜନୀତି, କାନ୍ଦି ପକାଇଲେ ସୁର

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ରାୟ ପରେ ରଥଯାତ୍ରାକୁ ନେଇ ରହିଥିବା ଦ୍ୱନ୍ଦ ଦୂର ହୋଇଛି । ହେଲେ ରଜନୀତି ଜୋର ଧରିଛି । ଏହି ପ୍ରସଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ରଥଯାତ୍ରା ନେଇ ଯାହା ଆଶଙ୍କା କରାଯାଉଥିଲା ଶେଷରେ ସେୟା ହେଲା । ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ଆମେ ସମସ୍ତେ ବାଧ୍ୟ କିନ୍ତୁ ରଥଯାତ୍ରା କରିବାକୁ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିଲା ବୋଲି ସେ କହିଛନ୍ତି ।

ସେପଟେ ବିଜୟ ମାହାପାତ୍ରଙ୍କ ଅଭିଯୋଗର ଯବାବ ରଖିଛି ବିଜେଡି । ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, କୌଣସି ଚକ୍ରାନ୍ତ ଷଡଯନ୍ତ୍ର ହୋଇଛଇ । କରୋନା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ କରାଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ ଆମେ ସମସ୍ତେ ମାନିବା କଥା। ରଥଯାତ୍ରା ପରେ ଯଦି ରୋଗ ବ୍ୟାପିଲା ତେବେ ଯେଉଁମାନେ କହୁଛନ୍ତି ସେମାନେ ଗ୍ୟାରେଣ୍ଟି ଦେଇ ପାରିବେ କି । ସ୍ନାନ ଯାତ୍ରା ଓ ରଥଯାତ୍ରା ଭିତରେ ବହୁତ ଫରକ ଅଛି ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ରଥଯାତ୍ରା ପ୍ରସଙ୍ଗରେ ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛି । ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ସୁପ୍ରିମକୋର୍ଟ ଜରିଆରେ ରଥଯାତ୍ରା ବନ୍ଦ କରିଦିଆଗଲା ବୋଲି କହି କାନ୍ଦି ପକାଇଛନ୍ତି ସୁର। ଏଥିପାଇଁ ମହାପ୍ରଭୁ କାହାକୁ କ୍ଷମା କରିବେ ନାହିଁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ଯଦି ରଥଯାତ୍ରା କରିବାର ନଥିଲା ସ୍ନାନ ପୂର୍ଣ୍ଣିମା କାହିଁକି କରୁଥିଲ ବୋଲି ପ୍ରଶ୍ନ କରିଛନ୍ତି ସୁର ।

Leave A Reply

Your email address will not be published.