Latest Odisha News

BREAKING NEWS

ବିହାର ନିର୍ବାଚନ: ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେପି

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରୁଛି ବିଜେପି । ଗତକାଲି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏନେଇ ବିଚାରବିମର୍ଶ ହୋଇଛି । ମେଣ୍ଟରେ ବିଜେପି ଭାଗରେ ପଡ଼ିଥିବା ୧୨୧ ଆସନ ପାଇଁ ମାନସମନ୍ଥନ ହୋଇଥିଲା । ୯୦ ଆସନରେ ପ୍ରାର୍ଥୀ ତାଲିକା ଉପରେ ମୋହର ମାରିଛି ସିଇସି । ଆଜି ସେମାନଙ୍କର ନାଁ ଘୋଷଣା ହୋଇପାରେ ।

ଆଜି ବିଜେପି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିବ । ସେହିପରି ତୃତୀୟ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା କିଛି ବିଧାନସଭା ଆସନ ପାଇଁ ବି ନାଁ ପ୍ରକାଶ ପାଇପାରେ ।
BJP CEC Meeting
ସେହିପରି ଜେଡିୟୁ ସହ କରିଥିବା ଆସନ ବୁଝାମଣା ନେଇ ବି ଘୋଷଣା କରିପାରେ ବିଜେପି । ଗତକାଲି ବିଳମ୍ବିତ ରାତି ଯାଏଁ ବୈଠକ ଚାଲିଥିଲା । ବିଜେପି ୧୨୧ ଓ ଜେଡିୟୁ ୧୨୨ ଆସନରେ ନିର୍ବାଚନ ଲଢ଼ିବା ନେଇ ସହମତି ହୋଇଥିବା ସୂଚନା ମିଳିଛି ।

ସେପଟେ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ମନା କରିଛି ଏଲଜେପି । ଦଳ ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବ ବୋଲି ସୂଚନା ମିଳିଛି । ଏଭଳି ସ୍ଥିତିରେ ଆଜି ଏଲଜେପି ପ୍ରତି ଆଭିମୁଖ୍ୟ ବି ସ୍ପଷ୍ଟ କରିପାରେ ବିଜେପି ।

Leave A Reply

Your email address will not be published.