Latest Odisha News

BREAKING NEWS

୬ ମାସ ପରେ ସୁଟିଂ ସେଟରେ ସଲମାନ, ଆରମ୍ଭ ହେଲା ‘ରାଧେ’ର ସୁଟିଂ

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଠପ୍ ହୋଇ ଯାଇଥିଲା ସାରା ବିଶ୍ୱ । ଏବେ ସ୍ୱାଭାବିକ ପରିସ୍ଥିତି ଫେରୁଛି । ପୁଣି ଥରେ ଆରମ୍ଭ ହୋଇଛି ଫିଲ୍ମ ସୁଟିଂ । ଅପକମିଂ ଫିଲ୍ମ ‘ରାଧେ’ର ସୁଟିଂ ଆରମ୍ଭ କରିଛନ୍ତି ସଲମାନ ଖାନ । ଏନେଇ ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ସଲମାନ୍ ।

ଫଟୋ ସେୟାର କରି ସଲମାନେ କ୍ୟାପସନରେ ଲେଖିଛନ୍ତି, ୬ ମାସ ପରେ ସୁଟିଂକୁ ଫେରି ଥିବାରୁ ଖୁସି ଲାଗୁଛି । ସଲମାନଙ୍କ ଏହି ପୋଷ୍ଟକୁ ବହୁ ଫ୍ୟାନ ପସନ୍ଦ କରିଛନ୍ତି ।

 

View this post on Instagram

 

Back to shoot after 6 1/2 months … feels good #Radhe

A post shared by Salman Khan (@beingsalmankhan) on

ଲକଡାଉନ୍ ବେଳେ ସଲମାନ ନିଜ ପରିବାର ଲୋକଙ୍କ ସହ ପନଓ୍ୱାଲ ଫାର୍ମ ହାଉସରେ ରହିଥିଲେ । ଫିଲ୍ମ ସୁଟିଂ ପାଇଁ ସେ ମୁମ୍ବାଇ ଫେରିଛନ୍ତି । ଫାର୍ମ ହାଉସରେ କିଛି ଗୀତ ବି ସୁଟ୍ କରିଥିଲେ ଭାଇଜାନ୍ । ଯାହାକି ୟୁଟୁବରେ ସୁପରହିଟ୍ ବି ହୋଇଥିଲା ।

Leave A Reply

Your email address will not be published.